Daily Archives

January 12, 2020

ଦିନକୁ ୫ଘଣ୍ଟା ପରିଶ୍ରମ କରି ଯୁବକ ହୀରାରେ ଆଙ୍କିଲେ ମୋଦୀଙ୍କ ଚିତ୍ର

ସୁରଟ: ସୁରଟରେ ଜଣେ ଯୁବକ ହୀରାରେ ଏକ ସୁନ୍ଦର କଳାକୃତ୍ତି ଦେଖାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଉକ୍ତ ଯୁବକ ଜଣକ ହୀରାକୁ ଭାରତ ମାନଚିତ୍ରର ଆକାର ଦେଇ ସେଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚିତ୍ର ଆଙ୍କିଛନ୍ତି। ଆକାଶ ସଲିଆ ନାମକ ଯୁବକ ଲେଜର ଇନସ୍କ୍ରିପସନ୍‌ ଦ୍ୱାରା ଦେଢ଼…
ଅଧିକ ଖବର ଦେଖନ୍ତୁ...

ଫାଶୀ ଦେବାପାଇଁ ନିଆଗଲା ନିର୍ଭୟା ଦୋଷୀଙ୍କ ବେକର ମାପ, ଭୋ ଭୋ ହୋଇ କାନ୍ଦିଲେ ଚାରିଜଣ ଦୋଷୀ

ନୂଆଦିଲ୍ଲୀ: ପଟିଆଲା ହାଉସ କୋର୍ଟ ପକ୍ଷରୁ ନିର୍ଭୟା ଦୋଷୀଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି ହୋଇସାରିଛି | ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଦିଲ୍ଲୀର ତିହାର ଜେଲ୍‌ରେ ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ଦିଆଯିବ। ଏହାରି ମଧ୍ୟରେ ଫାଶୀ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ତିହାର…
ଅଧିକ ଖବର ଦେଖନ୍ତୁ...

ଜଳିଗଲା ୪୦ ଏକର ଆଖୁ କିଆରି, ବଢ଼ିଲା ଚାଷୀଙ୍କ ଚିନ୍ତା, କେମିତି କରିବେ ଋଣ ପରିଶୋଧ

କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଳକ ଅନ୍ତର୍ଗତ ହାଟୁଆରୀ ଗାଁର ୧୦ରୁ ଅଧିକ ଚାଷୀଙ୍କର ପ୍ରାୟ ୪୦ ଏକର ଉପରେ ଚାଷ ହୋଇଥିବା ଆଖୁ କିଆରିରେ ନିଆଁ ଲାଗିଯାଇଛି। ଫଳରେ ଚାଷୀମାନଙ୍କୁ ବ୍ୟାପକ ଅର୍ଥହାନୀର ସମ୍ମୁଖୀନ ହେବାକୁ ପଡ଼ିଛି। କାରଣ ଆଖୁ ଚାଷୀମାନେ ଏକର ପ୍ରତି ୨୦ ହଜାର…
ଅଧିକ ଖବର ଦେଖନ୍ତୁ...

ବିମାନରେ ବୋମା ଥିବା ସୂଚନା ମିିଳିବା ପରେ କୋଲକାତାରୁ ମୁମ୍ବାଇ ଯାଉଥିବା ଏୟାର୍‌ ଏସିଆ ବିମାନ କଲା ଜରୁରୀକାଳୀନ…

କୋଲକାତା: ବିମାନ ମଧ୍ୟରେ ବୋମା ଅଛି ବୋଲି ଖବର ମିଳିବା ପରେ କୋଲକାତାରୁ ମୁମ୍ବାଇ ଯାଉଥିବା ଏୟାର୍‌ ଏସିଆ ବିମାନ ଅଚାନକ ଜରୁରୀକାଳୀନ ଅବତରଣ କରିଛି। ବିମାନରେ ଯାତ୍ରା ଭରୁଥିବା ଜଣେ ମହିଳା ନିଜ ଶରୀରରେ ବୋମା ଥିବା କହିବା ପରେ ପାଇଲଟ୍‌ ବିମାନଟିକୁ ଜରୁରୀକାଳୀନ ଅବତତରଣ କରାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦେଢ଼ବର୍ଷ ଶିଶୁକୁ ଝୁଣି ଖାଇଲା କୁକୁର, ମୁହଁରେ ପଡ଼ିଲା ୧୫୦ଟି ସିଲେଇ

ଫରିଦାବାଦ: ହରିୟାଣାର ଫରିଦାବାଦ ଜିଲ୍ଲା ପଳବଲି ଗ୍ରାମରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ଲୋମମୂଳ ବି ଟାଙ୍କୁରି ଉଠିବ। ଏଠାରେ କିଛି ବାରବୁଲା କୁକୁର ଦେଢ଼ବର୍ଷର ଶିଶୁ ଉପରେ ଆକ୍ରମଣ କରିବା ସହିତ ତାକୁ କ୍ଷତାକ୍ତ କରି ଦେଇଥିଲେ। ଗୁରୁତର ଶିଶୁକୁ ତୁରନ୍ତ ପରିବାରଲୋକ…
ଅଧିକ ଖବର ଦେଖନ୍ତୁ...

ନିଜେ ନାଚି ଛାତ୍ରୀଙ୍କୁ ନଚାଇଲେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ

ସୁନ୍ଦରଗଡ଼: ଲୁପ୍ତପ୍ରାୟ ସଂସ୍କୃତି, ପରମ୍ପରା ଓ ଚାଲିଚଳଣକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରିବାର ଏକ ସୁନ୍ଦର ପ୍ରୟାସ । ସଂସ୍କୃତି ଓ ପରମ୍ପରାକୁ ଆଧାର କରି ଏକାଠି ହୋଇଥିଲେ ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ । ମହାବିଦ୍ୟାଳୟ ସମ୍ମୁଖ ରାସ୍ତାରେ ପଥୋତ୍ସବ ସଦୃଶ୍ୟ ଖୁଏଲ…
ଅଧିକ ଖବର ଦେଖନ୍ତୁ...

ଖସିଲା ପାରଦ ବଢ଼ିଲା ଶୀତ: ଘୁ.ଉଦୟଗିରି ଅଂଚଳରେ ତୁଷାରପାତ

ଘୁ.ଉଦୟଗିରି: ଚଳିତ ଶୀତ ଋତୁରେ ପ୍ରଥମ ତୁଷାରପାତ ଆଜି ଭୋରରୁ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଅଂଚଳର ଆଭ୍ୟନ୍ତରୀଣ ଗାଁ ମାନଙ୍କରେ ପାରଦ ଖସିବାରେ ଲାଗିଛି। ସରକାରୀ ସ୍ତରରେ ଆଜି ଘୁ.ଉଦୟଗିରି ସହରରେ ସର୍ବନିମ୍ନ ତାପମାତ୍ରା ୭.୫ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

‘କୋଲ୍‌କାତା ପୋର୍ଟ ଟ୍ରଷ୍ଟ୍‍’ ଜୟନ୍ତୀ ପାଳନ ଉତ୍ସବରେ ଯୋଗ ଦେଲେନି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ‘କୋଲ୍‌କାତା ପୋର୍ଟ ଟ୍ରଷ୍ଟ୍‍’ର ୧୫୦ତମ ବାର୍ଷିକୀ ପାଳନ ଅବସରରେ ନେତାଜୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଭରପୂର ଜନତାଙ୍କ ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ‘ଭାରତୀୟ ଜନସଂଘ’ର ପ୍ରତିଷ୍ଠାତା ସଭାପତି ଡକ୍ଟର୍‌ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ନାମାନୁସାରେ ରବିବାର ଦିନ…
ଅଧିକ ଖବର ଦେଖନ୍ତୁ...

କର୍କଟ ସହିତ ଲଢ଼ି ସୁସ୍ଥ ହୋଇ ସ୍କୁଲରେ ପହଞ୍ଚିଲେ ୬ବର୍ଷର ବାଳକ, କରତାଳି ଦେଇ ଖୁସିରେ ସହପାଠୀ ଓ ଶିକ୍ଷକ କଲେ ସ୍ୱାଗତ

ଓହିୟୋ (ଆମେରିକା): କ୍ୟାନସର ସହିତ ଲଢ଼ି ୬ ବର୍ଷର ବାଳକ ଶେଷରେ ସୁସ୍ଥ ହୋଇ ସ୍କୁଲରେ ପାଠପଢ଼ିବା ପାଇଁ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଦେଖି ତାଙ୍କର ସହପାଠୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଖୁବ୍‌ ଖୁସି ହୋଇଯାଇଥିଲେ। ସ୍କୁଲର ଦ୍ୱାରଠାରୁ ଆରମ୍ଭ କରି ସେ ପଢ଼ୁଥିବା ଶ୍ରେଶୀଗୃହ ପର୍ଯ୍ୟନ୍ତ ତାଳି…
ଅଧିକ ଖବର ଦେଖନ୍ତୁ...

ଖୁସି ଖବର: କମିଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ

ନୂଆଦିଲ୍ଲୀ: ଆଜି ପେଟ୍ରୋଲ ଓ ଡିଜେଲ ଲିଟର ମୂଲ୍ୟ ପିଛା ୧୧ ପଇସା କମିଛି | ଆଜି ଶନିବାର ତୁଳନାରେ ୧୧ ପଇସା କମ ଦେବାକୁ ପଡିବ | ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧ ପଇସା କମି ୭୪ ଟଙ୍କା ୭୪ ପଇସାରେ ପହଁଚିଥିବା ବେଳେ ଡିଜେଲ ଲିଟର ପିଛା ୭ ପଇସା କମି ୭୪ ଟଙ୍କା ୧ ପଇସାରେ ପହଂଚିଛି | ଗତ…
ଅଧିକ ଖବର ଦେଖନ୍ତୁ...