ଛାତ୍ରଛାତ୍ରୀଙ୍କ ମନରୁ ଭୟ ଯାଉନି: ପ୍ରଥମ ଦିନରେ ବାହାନଗା ହାଇସ୍କୁଲକୁ ଆସିଲେ ଅଧାରୁ କମ୍ ଛାତ୍ରଛାତ୍ରୀ

ବାଲେଶ୍ବର: ଖରା ଛୁଟି ସରିବା ପରେ ରାଜ୍ୟର ବିଭିନ୍ନ ସ୍କୁଲ ଖୋଲିଛି। ଏଥିରୁ ବାଦ ପଡ଼ିନି ବାଲେଶ୍ବର ଜିଲ୍ଲା ବାହାନଗା ହାଇସ୍କୁଲ। ବାହାନଗା ହାଇସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୫୬ ଛାତ୍ରଛାତ୍ରୀ ପାଠ ପଢନ୍ତି। ହେଲେ ପ୍ରଥମ ଦିନରେ ଅଧାରୁ ବି କମ୍ ଅର୍ଥାତ୍ ମାତ୍ର ୨୦୦ ଛାତ୍ରଛାତ୍ରୀ ବାହାନଗା ଉଚ୍ଚ ବିଦ୍ୟାଳୟକୁ ପାଠ ପଢିବାକୁ ଆସିଛନ୍ତି। ଏହାର କାରଣ ହେଲା ଟ୍ରେନ ଦୁର୍ଘଟଣାରେ ମୃତଦେହଗୁଡ଼ିକୁ ଏଠାରେ ରଖାଯାଇଥିଲା, ଯାହାକୁ ନେଇ ଏବେ ବି ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀଙ୍କ ମନରେ ଭୟ ରହିଛି।
ସେହି ଭୟକୁ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମୃତଦେହ ରଖାଯାଇଥିବା ମଧ୍ୟାହ୍ନ ଭୋଜନ ହଲକୁ ଭାଙ୍ଗି ଦିଆଯାଇଛି। ସ୍କୁଲର ଅନ୍ୟ ଶ୍ରେଣୀଗୃହଗୁଡ଼ିକୁ ରଙ୍ଗ ଦିଆଯାଇଛି। ତେଣୁ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀ ଆଜି ସ୍କୁଲକୁ ଆସିଥିଲେ। ପିଲାଙ୍କ ମନରୁ ଭୟ ଦୂର କରିବା ପାଇଁ ବାହାନଗା ସ୍କୁଲରେ ପୂୂଜାର୍ଚ୍ଚନା କରାଯାଇଛି। ନିଜେ ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ଆଜି ବାହାନଗା ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପିଲାମାନେ କିଭଳି ଶାନ୍ତ ମନରେ ପାଠ ପଢିବେ ସେଥିପାଇଁ ସେମାନଙ୍କ ସହ ପ୍ରଶାସନିକ ଅଧିକାରୀମାନେ ଆଲୋଚନା କରିଛନ୍ତି। ଏହାଛଡ଼ା ସବୁ ପିଲା କିପରି ସ୍କୁଲକୁ ଆସିବେ ନେଇ

ସମ୍ବନ୍ଧିତ ଖବର