ତିନି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ଆସବାବପତ୍ର ଚୋରି

ଭୋଗରାଇ: ବାଲେଶ୍ୱର ଜିଲ୍ଲାର କମର୍ଦ୍ଦା ଥାନା ଅନ୍ତର୍ଗତ ମହାଗବ ଅଞ୍ଚଳରେ ଥିବା ବାସୁଳୀ ମନ୍ଦିର, ତାରିଣୀ ମନ୍ଦିର ଏବଂ ମଙ୍ଗଳା ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ଆସବାବପତ୍ର ଲୁଟ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଆଜି ସକାଳେ ମନ୍ଦିରର ପୂଜକ ଏବଂ ସ୍ଥାନୀୟ ଲୋକେ ମନ୍ଦିରକୁ ଆସିଥିବା ବେଳେ ମନ୍ଦିରର ଫାଟକ ଖୋଲାଥିବା ସହ ତାଲା ଭାଙ୍ଗି ତଳେ ପଡ଼ିଥିବାର ଦେଖି କମର୍ଦ୍ଦା ପୁଲିସକୁ ଖବର ଦେଇଥିଲେ। କମର୍ଦ୍ଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

ସମ୍ବନ୍ଧିତ ଖବର