ବଡ଼ ନୂଆପୁର ନଦୀଘାଟରେ ପାଣିରେ ବୁଡ଼ି ଛାତ୍ର ନିଖୋଜ

ବାଲେଶ୍ବର: ଆଜି ପୂର୍ବାହ୍ନରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ବଡ଼ ନୂଆପୁର ସ୍ଥିତ ବୁଢ଼ାବଳଙ୍ଗ ନଦୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ନିଖୋଜ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ପୁଲିସ ପହଞ୍ଚି ଦୀର୍ଘ ସମୟ ଧରି ଖୋଜିଥିଲେ ମଧ୍ୟ ପିଲାର କୌଣସି ପତ୍ତା ମିଳି ନଥିଲା। ନଦୀ ଘାଟ ପାଖରେ ପିଲାଟିର ସାଇକେଲ, ଜୋତା ଓ ପ୍ୟାଣ୍ଟ ସାର୍ଟ ଥିବାର ଦେଖିବାକୁ ମିଳିଛି। ନିଖୋଜ ଛାତ୍ର ହେଲେ ମାଣିଖମ୍ବ ଅଞ୍ଚଳର ଦୀପକ କରଙ୍କ ପୁଅ ଓମ ପ୍ରକାଶ କର। ସେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ ବୋଲି ତାଙ୍କର ବାପା କହିଛନ୍ତି।

ସମ୍ବନ୍ଧିତ ଖବର