ଭଦ୍ରକ ମେଡିକାଲରେ ଗଣ୍ଡଗୋଳ: ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗରେ ୩ ଅଟକ

ଭଦ୍ରକ: ଭଦ୍ରକ ମେଡିକାଲରେ ଶନିବାର ସନ୍ଧ୍ୟାରେ ଜଣେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ମେଡିକାଲ ଡାକ୍ତର ଦିପକ ଜେନାଙ୍କ ମାଡ଼ ମାରିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ରିପୋର୍ଟ ଅନୁସାରେ ପୋଷ୍ଟମର୍ଟମ ପରେ ମୃତଦେହ ଘରକୁ ନେବା ନେଇ ହସ୍ପିଟାଲ ପରିସରରେ ଗଣ୍ଡଗୋଳ ହୋଇଥିଲା। ତିହିଡି ଅଞ୍ଚଳର ଜଣେ ଲୋକଙ୍କ ମୃତଦେହ ମହାପ୍ରୟାଣ ଗାଡ଼ିରେ ଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଉପୁର ସିରାପୁର ଅଞ୍ଚଳର ଅନ୍ୟ ଜଣେ ଲୋକଙ୍କ ମୃତଦେହ ମହାପ୍ରୟାଣ ଗାଡ଼ିରେ ନେବା ପାଇଁ ମୃତକଙ୍କ ସଂପର୍କୀୟମାନେ ଜିଦ ଧରିଥିଲେ। ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଥିଲା ଯେ ଗାଡ଼ିରେ ଯେଉଁ ମୃତଦେହ ପ୍ରଥମେ ରଖାଯାଇଛି, ତାହା ସର୍ବପ୍ରଥମେ ନିଆଯିବ। ହସ୍ପିଟାଲ ପକ୍ଷରୁ ଏମିତ କୁହାଯିବା ପରେ ଉତ୍ତ୍ୟକ୍ତ ଲୋକେ ଡାକ୍ତର ଦୀପକ ଜେନାଙ୍କୁ ମାଡ଼ ମାରିଥିଲେ।

ଘଟଣା ସଂପର୍କରେ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରୁ ଗଣ୍ଡଗୋଳ ଘଟଣା ସହିତ ଜଡ଼ିତ ୩ଜଣଙ୍କୁ ନେଇ ପଚରାଉଚରା କରୁଛି। ରିପୋର୍ଟ ଲେଖାଯିବା ବେଳକୁ ହସ୍ପିଟାଲ ପରିସରରେ ପୁଲିସ ମୁତୟନ ଅଛନ୍ତି।

ସମ୍ବନ୍ଧିତ ଖବର