କଟକ: ଅଗ୍ନିକାଣ୍ଡରେ ଜୀବନ୍ତ ଜଳିଗଲେ ୭ମ ଶ୍ରେଣୀର ଛାତ୍ର

କଟକ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ  ମୁଳବସନ୍ତ ପଞ୍ଚାୟତର ଧର୍ମଦାସପୁର ଗାଁରେ ଘଟିଛି ଅତ୍ୟନ୍ତ ଦୁଃଖଦ ଘଟଣା। ଅଗ୍ନିକାଣ୍ଡରେ ଗ୍ରାମର ପ୍ରକାଶ ମିଶ୍ରଙ୍କ ସର୍ବସ୍ୱ ପୋଡ଼ିଯାଇଛି। କେବଳ ସେତିକି ନୁହେଁ ଦମକଳ ନିଆଁ ଲିଭାଇଲା ବେଳକୁ ଶ୍ରୀ ମିଶ୍ରଙ୍କ ବାରବର୍ଷର ପୁଅ ପ୍ରଣବ ମିଶ୍ର ଏହି ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଦେଖିବାକୁ ମତିଳିଥିଲା। ଏହାକୁ ନେଇ ଗ୍ରାମରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

 

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଶ୍ରୀ ମିଶ୍ରଙ୍କ ପରିବାର  ଘରେ ଶେ।ଇଥିଷଳ ତେବେ କୌଣସି କାରଣରୁ ତାଙ୍କ ଘରେ  ଆକସ୍ମିକଭାବେ ନିଆଁ ଲାଗି ଯାଇଥିଲା।  ପରିବାର ଲୋକେ ନିଦରେ ଶୋଇ ଯାଇଥିବାରୁ ଅଗ୍ନିକାଣ୍ଡ ସମ୍ପର୍କରେ ସଙ୍ଗେସଙ୍ଗେ ଜାଣି ପାରି ନ ଥିଲା। ନିଦ ଭାଙ୍ଗିଲା ବେଳକୁ ପରିବାର ଲାକେ ନିଆଁ ଘେରରେ ଥିଲେ ତେବେ ସମସ୍ତେ କୌଣସି ମତେ ବାହାରକୁ ଆସି ଯାଇଥିଲେ ମଧ୍ୟ ଶ୍ରୀ ମିଶ୍ରଙ୍କ ୭ମ ଶ୍ରେଣୀରେ  ପଢ଼ୁଥିବା ପୁଅ ପ୍ରଣବ  ଘରୁ ବାହାରି ପାରି ନ ଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ  ଆୟତ କରିଥିଲେ। ମାତ୍ର ସେତେବେଳକୁ ପ୍ରଣବ ଜୀବନ୍ତ ଦଗ୍‌ଦ ହୋଇ ସାରିଥିଲେ।

ସମ୍ବନ୍ଧିତ ଖବର