ପୁଣି ଏକ ଭିଡିଓ ମାଧ୍ୟମରେ ଛାଡ଼ପତ୍ର ସ୍ବୀକାର କରିବାକୁ ପତ୍ନୀଙ୍କ ନିକଟରେ ଅପିଲ୍‌ କଲେ ସାଂସଦ ଅନୁଭବ ମହାନ୍ତି

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ବଲିଉଡ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମାଲା ଜାରି ରହିଥିବାବେଳେ ପୁଣି ସାମ୍ନାକୁ ଆସିଛି ଏକ ନୂଆ ଭିଡିଓ। ଏହି ଭିଡିଓରେ ଅନୁଭବ, ବର୍ଷାଙ୍କୁ ଛାଡପତ୍ର ସ୍ବୀକାର କରିବାକୁ ଅପିଲ୍ କରିଛନ୍ତି। ବର୍ଷା ଓ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ ପାରିବାରିକ ଅଦାଲତଙ୍କ ରାୟ ଆସିଥିଲା। ଉଭୟ ପତି-ପତ୍ନୀଙ୍କ ଆବେଦନ ଖାରଜ କରିଥିଲେ କରିଥିଲେ ହାଇକୋର୍ଟ। ଅଦାଲତଙ୍କ ଏହି ରାୟ ଅନୁଭବଙ୍କୁ ନିରାଶ କରିଥିଲା। ଫଳରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଆପୋଷ ବୁଝାମଣା ସହ ଛାଡ଼ପତ୍ର ନେବାକୁ ବର୍ଷାଙ୍କ ଅନୁରୋଧ କରୁଛନ୍ତି ଅନୁଭବ। ଏହାସହ ତାଙ୍କ ମାଆ ଓ ଭଉଣୀକୁ ବି ଅନୁରୋଧ କରିଛନ୍ତି। ଅନୁଭବ ଆହୁରି କହିଛନ୍ତି ଯେ, ମୋ ବାପାଙ୍କ ଦେହ ଭଲ ନାହିଁ ସେ ବହୁତ ଅସୁସ୍ଥ ଅଛନ୍ତି। ଏହାକୁ ନେଇ ମୋ ମାଆ ଓ ମୋର ପୁରା ପରିବାର ଅଶାନ୍ତିରେ ଥିବା ବେଳେ ଆମେ ରାତିରେ କେହି ଶୋଇ ପାରୁନାହୁଁ।

ପରିବାର ମୋ ପାଇଁ ସବୁକିଛି। ମୋ ବିବାହ କାରଣରୁ ମୋ ପରିବାର ଅଶାନ୍ତି ହେଉଛି ବୋଲି କହିଛନ୍ତି ଅନୁଭବ ମହାନ୍ତି। ସେ ଏହା ମଧ୍ୟ କହିଛନ୍ତି, କିଛିଦିନ ତଳେ ମୁଁ ଟ୍ବିଟରରେ ବର୍ଷାଙ୍କୁ ଭଲ ବନ୍ଧୁ ହୋଇ ରହିବାକୁ ଅନୁରୋଧ କରିଥିଲି। ହେଲେ ବର୍ଷା ଏହାର ଉତ୍ତର ନଦେଇ ଓଲଟି ମୋତେ ବ୍ଲକ୍‌ କରିଦେଲେ। ମୁଁ ଏହି ଭିଡିଓ ବର୍ଷାଙ୍କ ଚରିତ୍ର ସଂହାର ଉଦ୍ଦେଶ୍ୟରେ କରୁନାହିଁ ବରଂ ଭଲ ବନ୍ଧୁ ହୋଇ ସବୁଦିନ ରହିବା ସହ ବିବାହ ବନ୍ଧନରୁ ଆପୋଷ ବୁଝାମଣାରେ ମୁକ୍ତ ହେବା ପାଇଁ ଅପିଲ୍‌ କରୁଛି। ସେ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିବେ ବୋଲି ମଧ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର