ଓଡ଼ିଶା କୁଡୁମି ସେନା ରାଜ୍ୟ ସଭାପତିଙ୍କ ମାତୃ ଵିୟୋଗ

ରାଇରଙ୍ଗପୁର: ଓଡ଼ିଶା ପ୍ରଦେଶ କୁଡୁମି ସେନା ରାଜ୍ୟ ସଭାପତି ଜୟମୁନି ମହାନ୍ତଙ୍କର ମାତା ରାନୀମଣି ମହାନ୍ତ(୭୭) ଶନିବାର ଦିନ କଟକରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ଦେହାନ୍ତ ହୋଇଯାଇଛି । ଜୟମୁନୀଙ୍କ ମାତୃ ବିୟୋଗର ଖବର ପାଇ ହଜାର ହଜାର କୁଡୁମି ସମ୍ପ୍ରଦାୟର ଲୋକେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ମାତାଙ୍କୁ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଝାଡ଼ଖଣ୍ଡ ରାଜ୍ୟର କୁଡୁମି ବିକାଶ ମଂଚ ସଭାପତି ଶିତଲ ହିନ୍ଦୟାର, କୁଡୁମୀ ସେନାର ଲଲାଟେନ୍ଦୁ ମହାନ୍ତ, କୁଡୁମି ବିକାଶ ମଂଚ ମିଡ଼ିଆ ପ୍ରଭାରୀ ଓମ୍ ପ୍ରକାଶ ମହାନ୍ତ, ପଶ୍ଚିମବଙ୍ଗ କୁଡୁମି ସମାଜ ସଂଗଠକ ବୀରେନ ମହାନ୍ତ,କୌଶିକ ମହାନ୍ତ,ସୁଦୀପ୍ତ ମହାନ୍ତ,ସମ୍ପାଦକ ସତ୍ୟ ନାରାୟଣ ମହାନ୍ତ, ଜିଲ୍ଲା ସଭାପତି ଡମ୍ବରୁଧର ମହାନ୍ତ,ସୁନ୍ଦର ମହାନ୍ତ,କବି ମନୋଜ ମହାନ୍ତ, ଗତିକୃଷ୍ଣ ମହାନ୍ତ , ରାଇରଙ୍ଗପୁରର ସୁବାଷ ମହାନ୍ତ,ପ୍ରେମଚାନ୍ଦ ମହାନ୍ତ,ରାଜା ମହାନ୍ତ,ବରୁଣ ମହାନ୍ତ,ମନୋଜ ମହାନ୍ତ,ଅବନୀ ମହାନ୍ତ, ଚୈତନ୍ୟ ମହାନ୍ତ, ଜୀତେନ୍ଦ୍ର ମହାନ୍ତ, ସୁଜାତା ମହାନ୍ତ, ସୁମନା ମହାନ୍ତ ପ୍ରମୁଖ ତାଙ୍କ ବାସଭବନରେ ଉପସ୍ଥିତ ରହି ଶେଷ ଦର୍ଶନ ପୂର୍ବକ ଗ୍ରାମ ଶ୍ମଶାନ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଅଂଶଗ୍ରହଣ କରି ଶେଷକୃତ୍ୟରେ ସାମିଲ ହୋଇଥିଲେ ।

ପୁଅ ଜୟମୁନି ମୁଖାଗ୍ନୀ ଦେଇଥିଲେ । ରାନୀମଣି ମହାନ୍ତ ଜଣେ ଧର୍ମ ପରାୟଣା,ସମାଜସେବୀ, ମିଷ୍ଟଭାଷୀ, ପରୋପକାରୀ ମହିଳା ଥିଲେ । ବିଭିନ୍ନ ସାମାଜିକ ସଂଗଠନ ସହ ସେ ଜଡ଼ିତ ଥିଲେ । ତାଙ୍କ ମୃତ୍ୟୁରେ କୁଡୁମି ସମାଜରେ ଶୋକରେ ଛାୟା ଖେଳିଯାଇଛି ।

ସମ୍ବନ୍ଧିତ ଖବର