ପିଲାଙ୍କୁ ଅଣ୍ଡା ନଦେବାରୁ ପ୍ରଧାନଶିକ୍ଷୟିତ୍ରୀଙ୍କୁ କୈଫିୟତ ତଲବ

ଉଦୟପୁର: ସାହାରପଡ଼ା ବ୍ଲକ୍‌ ଉଦୟପୁର ପଞ୍ଚାୟତର ଗଦଗଦି ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଅଣ୍ଡା ନ ଦେବାରୁ ପ୍ରଧାନଶିକ୍ଷୟିତ୍ରୀଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ବୁଧବାର ଓ ଶନିବାର ଦୁଇଦିନ ମଧ୍ୟାନ୍ନଭୋଜନରେ ଅଣ୍ଡା ଦିଆଯାଉଛି। କେନ୍ଦୁଝର ଜିଲ୍ଲାରେ ଡିଏମ୍‌ଏଫ୍‌ରୁ ଆଉ ଚାରିଦିନ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଇବାକୁ ଦିଆଯାଉଛି। ଗଦଗଦି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ସବୁଦିନ ଅଣ୍ଡା ଦେଉ ନଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଥିଲେ।

ଗତକାଲି ସାହାରପଡ଼ା ବ୍ଲକ୍‌ ଏମ୍‌ଡିଏମ୍‌ ନୋଡାଲ ଅଫିସର ଭାରତୀ ରାମ ବିଦ୍ୟାଳୟକୁ ତଦନ୍ତ ପାଇଁ ଆସିଥିଲେ। ଦିନ ୧୨ଟାବେଳକୁ ବିଦ୍ୟାଳୟର ରୋଷେଇଘର ବନ୍ଦ ଥିବା ବେଳେ ରୋଷେୟା ୧୨ଟା ପୂର୍ବରୁ ପିଲାଙ୍କ ପାଇଁ କେବଳ ଭାତ, ଡାଲମା ରାନ୍ଧି ବିଲ କାମ କରିବାକୁ ଚାଲିଯାଇଥିବା ଜାଣିବାକୁ ପାଇଥିଲେ। ଛାତ୍ରଛାତ୍ରୀ ଭାତ, ଡାଲମା ଖାଇବାକୁ ଦିଆଯାଇଥିବା ବେଳେ ଅଣ୍ଡା ଦିଆଯାଇ ନଥିଲା। ପରେ ଏମ୍‌ଡିଏମ୍‌ ନୋଡାଲ ଅଫିସର ଭାରତୀ ରାମ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି ରଖିଛନ୍ତି। ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର