୩୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଯାଜପୁର: ନୂଆ ନୂଆ ନିଶା ବେପାର ଆରମ୍ଭ କରିଥିବା ବେଳେ ଧରି ନେଲା ଅବକାରୀ ବିଭାଗ। ଭଲ ରୋଜଗାର କରିବା ପୂର୍ବରୁ ଅବକାରୀ ପୁଲିସ ଗିରଫ କଲା। ଏପରି ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଅଂଚଳରେ। ଯାଜପୁର ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ବାଡ ପକ୍ଷରୁ ବିଳମ୍ବିତ ରାତିରେ ସୁଦର୍ଶନ ବେହେରାକୁ ଗିରଫ କରାଯାଇଛି।

ବିଭାଗ ପକ୍ଷରୁ ଗ୍ରାହକ ହୋଇ ବ୍ରାଉନସୁଗାର କିଣିବା ପରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା ବିଭାଗ।  ଅଭିଯୁକ୍ତର ଘର ଡୁବୁରିରେ ବୋଲି ଜଣାଯାଇଛି। ତାକୁ ଜେନାପୁର ଥାନା ବାରକଣାରୁ ଧରା ହୋଇଛି। ତା ନିକଟରୁ ୩୨ ଗ୍ରାମ ବ୍ରାଊନସୁଗାର ଜବତ କରାଯାଇଛି। ସେ ବାଲେଶ୍ୱର ଅଂଚଳରୁ ବ୍ରାଉନସୁଗାର ଆଣି ବିକ୍ରି କରୁଥିବା ସ୍ୱୀକାର କରିଛି। ଅନ୍ୟ ପଟେ ଫ୍ଲାଇଙ୍ଗ ସ୍କ୍ବାଡ ଇନସପେକ୍ଟର ସମୀରରଂଜନ ମହାନ୍ତି ଜିଲ୍ଲାରେ ଏପରି କାରବାରକୁ ଠପ କରିବାକୁ ଉଦ୍ୟମ କରାଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର