ମଇଦାନରେ ନାହାନ୍ତି କୁଶ, ସନା ଓ ଜିତୁ

ଚମ୍ପୁଆ ରାଜନୀତିରେ ରୋଚକ ପରିସ୍ଥିତି

କେନ୍ଦୁଝର: କୁଆଡ଼େ ଗଲେ କୁଶ ଆପଟ୍ଟ ଆଉ ଜିତୁ ପଟ୍ଟନାୟକ? ଅଥବା ବିଧାୟକ ସନାତନ ମହାକୁଡ଼! ଚମ୍ପୁଆ ରାଜନୀତିର ହର୍ତ୍ତାକର୍ତ୍ତା କୁହାଯାଉଥିବା ଏହି ତିନିହେଁ କେଉଁ କାରଣରୁ ଲଢ଼ିଲେ ନାହିଁ ନିର୍ବାଚନ। ତାଙ୍କ ଉପରେ କିଛି ରାଜନୈତିକ ଚାପ ରିହିଛି ନା ଆଉକିଛି ଅଦୃଶ୍ୟ ବାଧୢବାଧକତା ରହିଛି, କେଉଁଥିପାଇଁ ଏ ତିନି କ୍ଷମତାଶାଳୀ ବିତ୍ତଶାଳୀ ନେତା ଚଳିତ ନିର୍ବାଚନ ଦୃଶ୍ୟପଟରୁ ଗାଏବ ହୋଇଗଲେ ସେଥିନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
୨୦୦୯ ମସିହାରେ ଚମ୍ପୁଆର ସ୍ବାଧୀନ ବିଧାୟକ ଥିଲେ ଜିତୁ ପଟ୍ଟନାୟକ। ସେତେବେଳେ ସନାତନ ମହାକୁଡ଼ଙ୍କ ସହିତ ତାଙ୍କର ପ୍ରତିଦ୍ବନ୍ଦ୍ବିତା ଥିଲା। କିନ୍ତୁ ବିଜୟୀ ହୋଇଥିଲେ ଜିତୁ ପଟ୍ଟନାୟକ। ଖାଲି ସେତିକି ନୁହେଁ, ତା ପୂର୍ବରୁ ମଧୢ ସେ ଯୋଡ଼ା ପୌରପାଳିକାର ଅଧୢକ୍ଷ ଥିଲେ। ୨୦୧୪ ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗଦେବା ପରେ ଆଶା କରାଯାଉଥିଲା ଜିତୁ ପଟ୍ଟନାୟକ ହିଁ ୨୦୧୪ ମସିହାରେ ବିଜେଡି ପ୍ରାର୍ଥୀ ହେବେ। କିନ୍ତୁ ତାହା ହୋଇ ନ ଥିଲା। ବର˚ ତାଙ୍କ ବଦଳରେ ପପୁ ପମ୍‌ପମ୍‌ଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ସେହିପରି ୨୦୧୪ ନିର୍ବାଚନରେ ମଧୢ ଚମ୍ପୁଆ ବିଜେଡିର ଅନ୍ୟତମ ନେତା କୁଶ ଆପଟ୍ଟ ଟିକେଟ ପାଇଁ ପ୍ରମୁଖ ଦାବିଦାର ଥିଲେ। ୨୦୧୪ରେ ତାଙ୍କୁ ଟିକେଟ ନ ମିଳିବାରୁ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଫଳରେ ବିଜେଡିରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ୨୦୧୪ ନିର୍ବାଚନରେ ସ୍ବାଧୀନ ଭାବେ ଲଢେ଼ଇ କରି ବିଜୟୀ ହୋଇଥିଲେ ସନାତନ ମହାକୁଡ଼। ବିଧାୟକ ସନାତନ ମହାକୁଡ଼ ଇତିମଧୢରେ ଚମ୍ପୁଆ ସମେତ ଜିଲ୍ଲାର ସମସ୍ତ ନିର୍ବାଚନମଣ୍ତଳୀରେ ନିଜର ସ˚ଗଠନକୁ ବଢ଼ାଇ ସାରିଥିଲେ।
ଏମିତିକି ତାଙ୍କ ସମର୍ଥିତ ପ୍ରାର୍ଥୀମାନେ ଝୁମ୍ପୁରା, ତେଲକୋଇ, ସଦର, ଯୋଡ଼ା, ଚମ୍ପୁଆ ଆଦି ବ୍ଲକରେ ଅଧକ୍ଷ ପଦ ହାତେଇଥିଲେ। କେନ୍ଦୁଝର ପୌର ପରିଷଦ ଓ ଯୋଡ଼ା ପୌର ପରିଷଦକୁ ଅକ୍ତିଆର କରିଥିଲେ। କୁହାଯାଉଥିଲା, ସନାତନଙ୍କ ହାତରେ ହିଁ ରାଜନୈତିକ ବିଜୟ-ପରାଜୟର ଚାବିକାଠି। ଅର୍ଥାତ ସେ ଯାହାକୁ ଚାହିଁବେ ବିଜୟୀ କରାଇବେ ଏବ˚ ଯାହାକୁ ଚାହିଁବେ ପରାଜିତ କରି ପାରିବେ। ସେହିପରି କୁଶ ଅପଟ୍ଟଙ୍କ ହାତରେ ଥିଲା ଚମ୍ପୁଆ ବିଜେଡିର ସ˚ଗଠନ। ଯଦିଓ ପ୍ରାୟ ୪ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେ ନିଲମ୍ବିତ ହୋଇଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଚଳିତ ନିର୍ବାଚନର କିଛି ଦିନ ପୂର୍ବରୁ ତାଙ୍କ ଉପରୁ ନିଲମ୍ବନ ହଟିଥିଲା। କୁହାଯାଉଥିଲା ଚଳିତ ନିର୍ବାଚନରେ କୁଶ ହିଁ ବିଜେଡି ପ୍ରାର୍ଥୀ ହୋଇ ପାରନ୍ତି। ଏତେ ସବୁ ଆଶା ଓ ଆଶଙ୍କା ଭିତରେ ସବୁ ଆକଳନ କିନ୍ତୁ ଭୁଲ ପ୍ରମାଣିତ ହୋଇଛି। ଜିତୁ ପଟ୍ଟନାୟକ, ସନାତନ ମହାକୁଡ଼ ଓ କୁଶ ଆପଟ୍ଟ ନାହାନ୍ତି ନିର୍ବାଚନ ରଣାଙ୍ଗନରେ। କୁଶଙ୍କ ପାଇଁ ଜିଲ୍ଲା ବିଜେଡିର ସର୍ବେସର୍ବା କୁହାଯାଉଥିବା ବଦ୍ରି ନାରାୟଣ ପାତ୍ରଙ୍କ ଗୋଷ୍ଠୀ ପକ୍ଷରୁ ନିରବଚ୍ଛିନ୍ନ ଉଦ୍ୟମ ହୋଇଥିଲେ ହେଁ ଶେଷ ମୁହୂର୍ତ୍ତରେ ତାଙ୍କୁ ଟିକେଟ ମିଳିଲା ନାହିଁ। କୁହାଯାଉଥିଲା, ସେ ବିଜେପି କିମ୍ବା ସ୍ବାଧୀନ ଭାବେ ଲଢ଼ିବେ। କିନ୍ତୁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିଲେ ବି ସେ ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି। ଅର୍ଥାତ ଚଳିତ ନିର୍ବାଚନ ମଇଦାନ‌ରେ ହିଁ କୁଶ ଆପଟ୍ଟ ନାହାନ୍ତି। ଅପରପକ୍ଷରେ ବର୍ତ୍ତମାନର ବିଧାୟକ ଥିବା ସନାତନ ମହାକୁଡ଼ ମଧୢ ଏଠାରୁ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଶୁଣାଯାଉଥିଲା। ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିଲେ ବି ସେ ପ୍ରାର୍ଥୀ ହେଲେ ନାହିଁ। ଅର୍ଥାତ ସନାତନଙ୍କୁ ବି ଏଥର ନିର୍ବାଚନ ରଣାଙ୍ଗନରେ ଦେଖିବାକୁ ମିଳିବନି। ସେହିପରି ଜିତୁ ପଟ୍ଟନାୟକ ମଧୢ ଏଥର ନିର୍ବାଚନରେ ପ୍ରର୍ଥୀ ହୋଇ ପାରନ୍ତି ବୋଲି ଆଲୋଚନା ହେଉଥିଲା। କିନ୍ତୁ ସେ ମଧୢ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇ ନାହାନ୍ତି। ମୋଟାମୋଟି ଭାବେ ଚଳିତ ନିର୍ବାଚନରେ ତିନି ପ୍ରମୁଖ ନେତା ନିର୍ବାଚନ ମଇଦାନରେ ନ ଥିବାରୁ ବଡ଼ ରୋଚକ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର