ଚୋରା ଚାଲାଣ ବେଳେ ୨ ଗିରଫ; ୧୭୨ ଲିଟର ବିଦେଶୀ ମଦ, ୧ ବୋଲେରୋ ଜବତ

ସୁବାଇ: କୋରାପୁଟ ଜିଲ୍ଳାର ନନ୍ଦପୁର ଥାନା ଅଧୀନରେ ଥିବା ସୁବାଇ ଗ୍ରାମରେ ଅବକାରୀ ସାମଗ୍ରୀ ଚୋରା ଚାଲାଣ କରୁଥିବା ବେଳେ ୨ ଜଣ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଉଛନ୍ତି ବିହାରର ଔରଙ୍ଗାବାଦ୍‌ର ଧୀରଜ ସିଂହ ଏବଂ ଅନୁଜ ସିଂହ।

ନନ୍ଦପୁର ପୁଲିସ୍‌ ଷ୍ଟେସନ୍‌ରେ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୧୭୨ ଲିଟର ‌ବିଦେଶୀ ମଦ ଏବଂ ଏକ ବ‌ୋ‌ଲେରୋ ଗାଡ଼ି ଜବତ କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ ଧରା ଯାଇଥିବା ବେଳେ ଏନେଇ ତଦନ୍ତ ଚାଲୁ ରହିଛି ବୋଲି ନନ୍ଦପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର