ବଜ୍ରାଘାତରେ ମହିଳା ମୃତ

ରାଇରଙ୍ଗପୁର/ଗୋରୁମହିଷାଣୀ/ବିଜାତଳା: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅର୍ନ୍ତଗତ ବଡବାନ୍ଠା ଗ୍ରାମର ମହେନ୍ଦ୍ର ହାଁସଦାଃଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ହାଁସଦା(୩୫) ବିଲରେ ଚାଷ କାମ କରୁଥିବା ସମୟରେ ହଠାତ୍ ବଜ୍ରପାତ୍ ଘଟିବାରୁ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋରୁମହିଷାଣୀ ପୁଲିସ ହସ୍ପିଟାଲ ପହଞ୍ଚି ଶବକୁ ଜବତ କରିବା ପରେ ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟରେ ଭର୍ତ୍ତି କରିଥିଲେ। ଏନେଇ ଗୋରୁମହିଷାଣୀ ଥାନାରେ କେସ୍ ନଂ ୧୨/୨୩ ଏକ ଅପମୃତ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର