ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ବୃକ୍ଷରୋପଣ

ଖୋର୍ଦ୍ଧା: ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଖୋର୍ଦ୍ଧା ବିକାଶ ମଞ୍ଚ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ଯୋଗ ଦେଇଥିବା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଚାରା ରୋପଣ କରିଥିଲେ। ଏହି ଅବସରରେ ଏସ୍‌ପି କାଟାରିଆ କହିଥିଲେ ଯେ ନୂତନ ଭାବେ ଯୋଗ ଦେଉଥିବା ସରକାରୀ ଅଧିକାରୀଙ୍କୁ ସ୍ୱାଗତ ଜଣାଇ ଏଭଳି ବୃକ୍ଷରୋପଣ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହାସହ ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡିରେ ବୃକ୍ଷରୋପଣ କରିବା ନେଇ ସେ ଦୃଷ୍ଟି ଦେବେ।

Sambad

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିକାଶ ମଞ୍ଚର ଉପଦେଷ୍ଟା ଦିଲ୍ଲୀପ ଶ୍ରୀଚନ୍ଦନ, ମଞ୍ଚର ସଭାପତି ନରେନ୍ଦ୍ର ପୃଷ୍ଟି, ସାଧାରଣ ସମ୍ପାଦକ ପମିନା ଦାସ, ଆଇନଜୀବୀ ବିଚିତ୍ର ବଡ଼ଜେନା, ନୃସିଂହ ମିଶ୍ର, ବୃନ୍ଦାବନ ପଣ୍ଡା, ହେମନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଖୋର୍ଦ୍ଧା ସହରକୁ ସବୁଜସୁନ୍ଦର କରିବା ପାଇଁ ଅନୁରୂପ ଗଠନମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଶ୍ରୀ ପୃଷ୍ଟି କହିଥିଲେ। ବୃକ୍ଷରୋପଣ ପରେ ବିକାଶ ମଞ୍ଚର ସଦସ୍ୟ ଓ ଅନ୍ୟମାନେ ଏକ ଶୋଭାଯାତ୍ରାରେ ବୃକ୍ଷରୋପଣ ନେଇ ସଚେତନତା ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର