ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ, ୫ ଦଫା ଦାବି ନେଇ ଘେରିଲେ ଆଇସି଼ଡିଏସ୍ କାର୍ଯ୍ୟାଳୟ

ମାଲକାନଗିରି: ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କର୍ସ ଆସୋସିଏସନ ତରଫରୁ ମାଲକାନଗିରି ବ୍ଲକର ବିଭିନ୍ନ ପଞ୍ଚାୟତର ଶତାଧିକ ଅଙ୍ଗନବାଡି କର୍ମୀ ସମେତ ପାଚିକାମାନେ ସ୍ଥାନୀୟ ଆଇସି଼ଡିଏସ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ କରିଛନ୍ତି। ଗତ ୨୨ ତାରିଖରେ ଭୁବନେଶ୍ବର ଠାରେ ଓଡିଶାର ଶହ ଶହ ମହିଳା ଅଙ୍ଗନବାଡି କର୍ମୀ ଏକତ୍ରିତ ହୋଇ ୫ ଦଫା ଦାବି ନେଇ ଆନ୍ଦୋଳନ କରିଥିଲେ।ତେବେ ୫ ଦଫା ଦାବି ମଧ୍ୟରେ ରହିଛି ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା। କର୍ମୀମାନଙ୍କୁ ମାସିକ ୧୮ ହଜାର ଟଙ୍ଗା ଦରମା ସହ ସହାୟିକାମାନଙ୍କୁ ୯ ହଜାର ଟଙ୍ଗା ଲାଗୁ କରାଯାଉ।

ମିନି ଅଙ୍ଗନବାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନବାଡି କର୍ମୀ ଭାବେ ଘୋଷଣା କରାଯାଉ। ଅଙ୍ଗନବାଡି କର୍ମୀଙ୍କ ଇପିଏଫ, ଇଏସଆଇସି ଏବଂ ଗ୍ରାଚୁଇଟି ଲାଗୁ କରାଯାଉ। ନୂତନ ଶିକ୍ଷା ଭିତ୍ତିରେ ଅଭିଜ୍ଞତା ଓ ଯୋଗ୍ୟତା ଅନୁଯାୟୀ ଓ ବୟସ ସୀମା ନରଖି ସମଗ୍ର ଅଙ୍ଗନବାଡି କର୍ମୀଙ୍କୁ ପ୍ରି ପ୍ରାଇମେରୀ ଶିକ୍ଷାର ଶିକ୍ଷୟତ୍ରୀ ମାନ୍ୟତା ପ୍ରଦାନ ସହ ଅନ୍ୟାନ୍ୟ ଦାବି ଗୁଡିକ ତୁରନ୍ତ ପୂରଣ କରିବା ପାଇଁ ଅଙ୍ଗନବାଡି କର୍ମୀ ଏବଂ ପାଚିକା ସହାୟିକା ମାନେ ଆଇସିଡିଏସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଜିଲ୍ଲାର ସମସ୍ତ ଆସିଡିଏସ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଦାବି କରି ଅଂଗନବାଡି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ସମ୍ବନ୍ଧିତ ଖବର