ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଶିକ୍ଷାର ପ୍ରସାର ପାଇଁ ୩ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି

ଜଳେଶ୍ୱର: ଉତ୍କଳ ସମ୍ମିଳନୀ, ଖଡ଼ଗପୁର ଶାଖା ପକ୍ଷରୁ ଖଡ଼ଗପୁର ଜଗନ୍ନାଥ ମନ୍ଦିର ଶ୍ରୀଜଗନ୍ନାଥ ଶିଶୁ ବିକାଶ କେନ୍ଦ୍ର ପରିସରରେ ୩ ଜଣ ଶିକ୍ଷୟିତ୍ରୀଙ୍କ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ସହଭାଗିତାରେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ଦ୍ୱାରା ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର ସହ ସଂରକ୍ଷଣ ଓ ଓଡ଼ିଆରେ ଲେଖାପଢ଼ାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଶିକ୍ଷୟିତ୍ରୀ ନିଯୁକ୍ତି ଦିଆଯାଇଥିବା କୁହାଯାଇଛି।

ଖଡ଼ଗପୁର ଶ୍ରୀଜଗନ୍ନାଥ ଶିଶୁ ବିକାଶ କେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ଚୟନ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ଖଡ଼ଗପୁର ଶାଖା ସଭାପତି ପ୍ରଫେସର ତ୍ରିଲୋଚନ ସାହୁ, ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ ସମ୍ପାଦକ କମଳ ଚକ୍ରବର୍ତ୍ତୀ, ଜଳେଶ୍ୱର ଶାଖା ସଭାପତି ଡ. ଶ୍ରୀକାନ୍ତ ଚରଣ ପାତ୍ର, ଭୋଗରାଇ ଶାଖା ସଂଗଠନ ସମ୍ପାଦକ ସୁଶାନ୍ତ ନାୟକ, କେନ୍ଦ୍ରୀୟ କମିଟି ସଭ୍ୟ ମନୋରଞ୍ଜନ ଦାସ ଓ ଖଡ଼ଗପୁର ଶାଖାର ଅନ୍ୟ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର