ମହଙ୍ଗା ପଡ଼ିଲା କମେଣ୍ଟ ମରା :୩ ନାବାଳକଙ୍କୁ ଧରିଲା ୱି ସ୍କ୍ବାଡ୍‌

ସମ୍ବଲପୁର: କମଲୀବଜାର ଲେଡି ଲୁଇସ୍‌ ସ୍କୁଲ ସମ୍ମୁଖରେ ଛିଡ଼ା ହୋଇ ଯୁବତୀ ତଥା ସ୍କୁଲ ଛାତ୍ରୀଙ୍କୁ କମେଣ୍ଟ ମାରିବା ମହଙ୍ଗା ପଡ଼ିଲା। ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଉକ୍ତ ସ୍ଥାନରେ ଛିଡ଼ା ହୋଇ ନିତିଦିନ କମେଣ୍ଟ ପାସ୍‌ କରୁଥିବା ବେଳେ ଗୁରୁବାର ଏନେଇ ସୂଚନା ମିଳିବା ପରେ ପୁଲିସର ୱି ସ୍କ୍ବାଡ୍‌ ଟିମ୍‌ ଅତର୍କିତ ଚଢ଼ଉ କରିଥିଲା। ଘଟଣାସ୍ଥଳରେ କମେଣ୍ଟ ପାସ୍‌ କରୁଥିବା କମଲୀ ବଜାର ଓ ଚେରୁଆ ପଡ଼ା ଅଞ୍ଚଳର ୩ ନାବାଳକଙ୍କୁ ପୁଲିସ୍‌ ଧରିବାରେ ସକ୍ଷମ ହୋଇଥିଲା। ଉକ୍ତ ନାବାଳକଙ୍କୁ ପୁଲିସ୍‌ ଥାନାରେ ଅଟକ ରଖିଥିବା ବେଳେ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର