ଚୋରା ଆଲୁମନିୟମ, ଟ୍ରକ ଜବତ

ଝାରସୁଗୁଡ଼ା: ବଡ଼ମାଳ ପୁଲିସ ୧ କୁଇଣ୍ଟାଲ ଚୋରା ଆଲୁମନିୟମ ରଡ଼୍‌ ସହିତ ଏକ ଟ୍ରକ୍‌କୁ ଗୁରୁବାର ଜବତ କରିଛି। ଝାରସୁଗୁଡ଼ା ବେଦାନ୍ତ କାରଖାନା ଭିତରକୁ ମାଲ ଅନଲୋଡ଼୍‌ କରିବାକୁ ଯାଇଥିବା ଏହି ଟ୍ରକ୍‌ (ଓଆର୍ ୧୫ଆର୍ ୩୯୭୯) ଫେରିବା ସମୟରେ ୧ କୁଇଣ୍ଟାଲ ଆଲୁମିନିୟମ ‌ଲୋଡ଼ କରି ଆସୁଥିବା ବେଳେ ବାଟରେ ସୁରକ୍ଷା କର୍ମୀ ମା‌ନଙ୍କ ହାତରେ ଧରା ପଡ଼ିଥିଲା। ପରେ ସୁରକ୍ଷା କର୍ମୀ ମାନେ ଟ୍ରକକୁ ପୁଲିସର ଜିମା ଦେଇଥିଲେ। ପୁଲିସ ଟ୍ରକ ସହିତ ଆଲୁମିନିୟମକୁ ଜବତ କରି ଡ୍ରାଇଭର ପ୍ରଦୀପ ପ୍ରଧାନକୁ ଗିରଫ କରିଥିବା ଆଇଆଇସି ଅମିତାଭ ପଣ୍ଡା ଜଣାଇଛନ୍ତି।

ସମ୍ବନ୍ଧିତ ଖବର