ବଦଳିଲେ ଖୋର୍ଦ୍ଧା ଏସଡ଼ିପିଓ ଓ ଟାଉନ ଥାନା ଅଧିକାରୀ

ଖୋର୍ଦ୍ଧା: ରାଜ୍ୟ ପୁଲିସ ମୁଖ୍ୟାଳୟର ବିଜ୍ଞପ୍ତି ଅନୁସାରେ ଖୋର୍ଦ୍ଧାର ଉପଖଣ୍ଡ ପୁଲିସ ଅଧିକାରୀ ସୁଶୀଲ କୁମାର ମିଶ୍ର ଓ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକଙ୍କ ବଦଳି ହୋଇଛି। ଗତକାଲି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଅଢ଼େଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଖୋର୍ଦ୍ଧାର ଉପଖଣ୍ଡ ପୁଲିସ ଅଧିକାରୀ ଭାବେ ଦାୟିତ୍ୱ ସମ୍ଭାଳିଥିବା ସୁଶୀଲ କୁମାର ମିଶ୍ରଙ୍କୁ ଘଟଗାଁ ଏସଡ଼ିପିଓ ଭାବେ ବଦଳି ହୋଇଛି। ସେହିଭଳି ଖୋର୍ଦ୍ଧା ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ଯାଜପୁର ରୋଡ ଏସଡ଼ିପିଓ ଭାବେ ପଦୋନ୍ନତିରେ ବଦଳି ହୋଇଛି। ଉଭୟଙ୍କ ଖୋର୍ଦ୍ଧା ରହଣି ସମୟରେ ଡଃ. ମାନସ ଦାସ ଆକ୍ରମଣ ମାମଲା ଠାରୁ ଆରମ୍ଭ କରି କୁଖ୍ୟାତ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସର ଗିରଫ, ରାଜପଥ ଡକାୟତି, ଦଧିମାଛଗାଡ଼ିଆ ହତ୍ୟାକାଣ୍ଡ, ବ୍ରାଉନସୁଗାର ମାଫିଆଙ୍କ ଉପରେ ଚଢ଼ଉ ଭଳି ଅନେକ ଚର୍ଚ୍ଚିତ ମାମଲାର ତଦନ୍ତ କରିଥିଲେ।

ଅପରପକ୍ଷରେ, ଭୁବନେଶ୍ୱର-କଟକ ଯୁଗ୍ମ କମିଶନରେଟ ପୁଲିସ ଅଞ୍ଚଳର ଏସିପି ଦିଲିପ କୁମାର ଦାସଙ୍କୁ ଖୋର୍ଦ୍ଧା ଏସଡ଼ିପିଓ ଭାବେ ବଦଳି ହୋଇଥିବା ବେଳେ ମାଲକାନଗିରିର ଡିଆଇବି ଡିଏସପି ଆଦିତ୍ୟ କୁମାର ସେଠୀଙ୍କୁ ଖୋର୍ଦ୍ଧା ଏସଡ଼ଇଆର୍ପିଓ, ବ୍ରହ୍ମପୁରର ଏସଡ଼ିପିଓଙ୍କୁ ଖୋର୍ଦ୍ଧା ପିସିଆର୍ ସେଲର ଡିଏସପି ଭାବେ ବଦଳି ହୋଇଛି। ତେବେ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ କାହାରିକୁ ବଦଳି ହୋଇନଥିବା ବେଳେ ବର୍ତ୍ତମାନ ଅତରିକ୍ତ ଆଇଆଇସି କାହ୍ନୁଚରଣ ସ୍ୱାଇଁ ଏହି ଦାୟିତ୍ୱ ସମ୍ଭାଳିବେ।

ସମ୍ବନ୍ଧିତ ଖବର