ଆଜିଠାରୁ ଖୋଲିବ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ

ଖୋର୍ଦ୍ଧା : ଗତ ୯ ମାସ ଧରି ଜିଲ୍ଲାରେ ବନ୍ଦ ପଡ଼ିଥିବା ମଠ, ମନ୍ଦିର, ଦେବାଳୟ ଓ ଅନ୍ୟ ଧାର୍ମିକ ଅନୁଷ୍ଠାନ ଆଜି ଖୋଲିବ । ଡିସେମ୍ବର ମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ମଠ, ମନ୍ଦିର ଖୋଲିବା ପାଇଁ ତିନି ତିନି ଥର ବୈଠକ ହୋଇଥିଲା । ଏହାପରେ ଜିଲ୍ଲାରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବସ୍ଥା କରିବା, ଦୂରତ୍ୱ ରକ୍ଷା ସହ ଧାଡ଼ିବାନ୍ଧି ଦର୍ଶନ କରିବା ଆଦି କଟକଣା ମଧ୍ୟରେ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି କ୍ରମରେୁ ଜାନୁଆରି ୩ ତାରିଖଠାରୁ ଜିଲ୍ଲାର ବିଭିନ୍ନ ମଠ, ମନ୍ଦିର ଖୋଲିବ ବୋଲି ଜିଲ୍ଲାପାଳ ସନତ କୁମାର ମହାନ୍ତି କହିଛନ୍ତି ।

ସମ୍ବନ୍ଧିତ ଖବର