ଅଭିନବ ପ୍ରତିବାଦ: ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ

ସୋର: ଦୀର୍ଘଦିନ ଧରି ରାସ୍ତା ମରାମତି ହେଉ ନଥିବାରୁ ସେଠାରେ ଧାନଗଛ ରୋଇ ପ୍ରତିବାଦ ଜଣାଇଛନ୍ତି ଗ୍ରାମବାସୀ। ସୋର ବ୍ଲକ୍‌ ମାଣିପୁର ପଞ୍ଚାୟତ ଅଧୀନ ବାବୁପାଟଣା, ନିଆଁଖିଆ, ଖଇରାଢ଼ି, ହରେକୃଷ୍ଣପୁର, ଛତରା ଆଦି ଗ୍ରାମର ଲୋକମାନେ ଯାତାୟାତ ପାଇଁ ପ୍ରମୁଖ ନିଆଁଖିଆ ରାସ୍ତା ଉପରେ ନିର୍ଭର କରନ୍ତି।

ତେବେ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଲୋକମାନେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ମଧ୍ୟ ଯାଇପାରୁନି। ଏପରି ସମୟରେ ରାସ୍ତା ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀଙ୍କଠାରେ ବାରମ୍ବାର ଦାବି କରାଯାଇଛି। ହେଲେ କିଛି ଫଳ ମିଳିନି। ତେଣୁ ଆଜି ଶତାଧିକ ଗ୍ରାମବାସୀ ପ୍ରତିବାଦ ସ୍ବରୂପ ଉକ୍ତ ରାସ୍ତାରେ ଧାନଗଛ ରୋଇଛନ୍ତି। ତୁରନ୍ତ ସମସ୍ୟାରେ ସମାଧାନ ନହେଲେ ଆଗାମୀ ଦିନ‌ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର