ଅତୃପ୍ତ ଭିକ୍ଷାପାତ୍ର

କଥାଟିଏ-ଯାଯାବର

ଜଣେ ଫକିର ଭିକ୍ଷା ମାଗି ବୁଲୁଥିଲେ। କିନ୍ତୁ ଭିକ୍ଷା ନେବା ଆଗରୁ ସେ ଗୋଟିଏ ସର୍ତ୍ତ ରଖୁଥିଲେ। ସର୍ତ୍ତଟି ହେଲା, ଦାତା ଯେମିତି ଭିକ୍ଷା ଦେଇ ତାଙ୍କ ଭିକ୍ଷା ଥାଳଟିକୁ ପରିପୂର୍ଣ୍ଣ କରିବେ। ଅଧା ଭରା ଭିକ୍ଷା ଥାଳ ସେ ଗ୍ରହଣ କରିବେ ନାହିଁ। କିନ୍ତୁ ବିସ୍ମୟକର କଥା ହେଲା, ଲୋକମାନଙ୍କ ସ˚ପତ୍ତି ସରି ଯାଉଥିଲା ଅଥଚ ଭିକ୍ଷା ଥାଳ ଭରୁ ନ ଥିଲା।
ଏହି ଖବର ପହଞ୍ଚିଲା ରାଜା ସଲୋମନଙ୍କ ପାଖରେ। ସେ ଫକିରଙ୍କୁ ଡକାଇଲେ। ଫକିର ଦରବାରରେ ପହଞ୍ଚି ସେ କହିଲେ- ମୋର ଭିକ୍ଷା ଦରକାର।
ରାଜା ସଲୋମନ ଥିଲେ ଅତ୍ୟନ୍ତ ବୁଦ୍ଧିମାନ। ସେ କହିଲେ- ଦେବି। କ’ଣ ମାଗୁଛନ୍ତି କହନ୍ତୁ।
ଫକିର କହିଲେ- ମହାରାଜା ଭଲ ଭାବେ ଚିନ୍ତା କରନ୍ତୁ। କାରଣ ମୋର ସର୍ତ୍ତ ହେଲା ଅଧା ଭରା ଭିକ୍ଷା ଥାଳ ମୁଁ ଗ୍ରହଣ କରେନାହିଁ। ତୁମେ ଯାହା ଭିକ୍ଷା ଦେଲେ ଚଳିବ, କିନ୍ତୁ ଭିକ୍ଷା ପାତ୍ର ଭରିବା ଦରକାର।
ସଲୋମନ କହିଲେ- ଆପଣଙ୍କ ଭିକ୍ଷା ପାତ୍ରଟି ଛୋଟ। ତେଣୁ ଶସ୍ୟ ଦ୍ବାରା ନୁହେଁ, ମୂଲ୍ୟବାନ ପଥର ଦ୍ବାରା ତାହା ଭରିଦେବାକୁ ମୁଁ ସମର୍ଥ। କିନ୍ତୁ ମୁଁ ସେଭଳି କରିବି ନାହିଁ।
ଫକିର ଭ୍ରୂକୁ˚ଚନ କରି ପଚାରିଲେ- କାହିଁକି?
ସଲୋମନ କହିଲେ- ଆପଣଙ୍କ ଭିକ୍ଷା ପାତ୍ରଟି ଦେଖି ମୁଁ ଜାଣି ପାରୁଛି ଆପଣ ତାହା ତିଆରି କରିଛନ୍ତି ମଣିଷର ଖପୁରିରୁ। କୌଣସି ମଣିଷ କେବେ ବି ପୂର୍ଣ୍ଣ ମାତ୍ରାରେ ତୃପ୍ତ ହୁଏନାହିଁ। ତା’ର ମନରେ ସର୍ବଦା ଅଭାବ ରହିଥାଏ। ତେଣୁ ମଣିଷର ଖପୁରିରେ ତିଆରି ଭିକ୍ଷା ପାତ୍ର କଦାପି ପୂର୍ଣ୍ଣ ହେବ ନାହିଁ।

ସମ୍ବନ୍ଧିତ ଖବର