ବିବାହ ପରେ ସ୍ବାମୀଙ୍କ ସହ ‘ବେଡ୍‌ରୁମ୍‌’ର ଫଟୋ ସେୟାର କଲେ ଇରା

ମୁମ୍ବାଇ: ଶେଷରେ ଆମୀର ଖାନଙ୍କ ଝିଅ ଇରା ଖାନ୍‌ ପ୍ରେମିକ ନୂପୁର ଶିଖରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି। ଉଭୟ ଜାନୁଆରି ୩ ତାରିଖରେ ବିବାହ କରିଥିଲେ। ବିବାହ ସମାରୋହର ଫଟୋ ସୋସିଆଲ ମିଡିଆରେ ଏବେ ବି ଭାଇରାଲ ହେବାରେ ଲାଗିଛି।

ଏହି ସମୟରେ, ଇରା ବିବାହ ପରେ ନିଜର ପ୍ରଥମ ସେଲଫି ସେୟାର କରିଛନ୍ତି। ସେ ତାଙ୍କ ସ୍ୱାମୀ ନୁପୁରଙ୍କ ସହିତ ନିଜ ବେଡ୍‌ରୁମ୍‌ରେ ଥିବା ବେଳେ ଫଟୋଟି ଉଠାଇଥିବା ଜଣାପଡ଼ିଛି। ନୂପୁର ମଧ୍ୟ ତାଙ୍କ ପତ୍ନୀଙ୍କୁ ପୋଜ୍ କରିବାରେ ସମ୍ପୂର୍ଣ୍ଣ ସମର୍ଥନ କରୁଥିବା ଫଟୋରେ ସ୍ପଷ୍ଟ ଦେଖିବାକୁ ମିଳିଛି।

ଇରା ଖାନ ଇନଷ୍ଟାଗ୍ରାମରେ ସ୍ୱାମୀ ନୂପୁର ଶିଖରଙ୍କ ସହ ସେୟାର୍‌ କରିଥିବା ସେଲ୍‌ଫିରେ ‘ବ୍ରାଇଡ୍ ଟୁ ବି’ ଲେଖା ହୋଇଥିବା ଏକ ହେୟାର୍‌ ବ୍ୟାଣ୍ଡ୍‌ ପିନ୍ଧିଛନ୍ତି। ସେଥିରୁ କିନ୍ତୁ ସେ ‘ଟୁ ବି’କୁ କାଟିଦେଇ ‘ବ୍ରାଇଡ୍‌’କୁ ରଖିଛନ୍ତି। ଅର୍ଥାତ ବିବାହ ପୂର୍ବର ବ୍ୟାଣ୍ଡ୍‌କୁ ସେ ସଂଶୋଧନ କରି ବିବାହ ପରେ ପିନ୍ଧିଛନ୍ତି।

ନୂପୁର ଜଣେ ଫିଟନେସ୍ ପ୍ରଶିକ୍ଷକ। ସେ ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କର ଜିମ୍ ପ୍ରଶିକ୍ଷକ ରହିଛନ୍ତି ଆସିଛନ୍ତି। ଇରା ଏବଂ ସେ ପ୍ରଥମେ  ଜିମରେ ହିଁ ସାକ୍ଷାତ ହୋଇଥିଲେ। ୨୦୨୦ ମସିହାରେ, ଦୁହେଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କଲେ।
ସୋସିଆଲ ମିଡିଆରେ ଇରା ଏବଂ ନୂପୁରଙ୍କ ବିବାହ ଫଟୋ ‌ଏବେ ଭାଇରାଲ ହୋଇଛି। ବିଶେଷକରି ନୂପୁର ବିବାହସ୍ଥଳରେ ପହଞ୍ଚିବା ପାଇଁ ୮ କିଲୋମିଟର ଦୌଡ଼ିଥିବା କଥା ବେଶ୍‌ ଚର୍ଚ୍ଚା ପାଲଟିଛି। ସେ ଇରାଙ୍କୁ ଜିମ୍ ପୋଷାକ ପିନ୍ଧି ବିବାହ କରିଛନ୍ତି। କିଛି ଉପଭୋକ୍ତା ଏହାକୁ ଉପହାସ କରୁଛନ୍ତି।

ସମ୍ବନ୍ଧିତ ଖବର