ଦ୍ଵିତୀୟ ଥର ମା’ ହେବାକୁ ଯାଉଛନ୍ତି ଏକତା କପୁର !

ମୁମ୍ବାଇ : ବଲିଉଡ ଅଭିନେତା ଜିତେନ୍ଦ୍ର ଏବଂ ଶୋଭା କପୁରଙ୍କ ଝିଅ ଏକତା କପୁରଙ୍କୁ ଟେଲିଭିଜନର ରାଣୀ କୁହାଯାଏ। ଏକତା କପୁର ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଯୋଜକ ଓ ନିର୍ଦେଶକ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି | ଅଭିନୟ ନ କରି ବି ସେ ଗତ ଦୁଇ ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ ରାଜ କରୁଛନ୍ତି। ଏକତା କପୁର ଟିଭି ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ୍ ସିରିଏଲ ଦେଇଛନ୍ତି, ଯାହା ଏବେବି ଲୋକଙ୍କ ହୃଦୟରେ ଘର କରି ରହିଛି | ବିବାହ କରିନଥିବା ଏକତା ୨୦୧୯ ମସିହାରେ ସରୋଗେସି ମାଧ୍ୟମରେ ମା’ ହୋଇଥିଲେ |

ଏବେ ସେ ପୁଣି ମା’ ହେବେ ବୋଲି ଚର୍ଚ୍ଚା ହେଉଛି | ସରୋଗେସି ମାଧ୍ୟମରେ ଏକତା ଦ୍ଵିତୀୟ ଥର ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଖବରଟି ମିଛ ବୋଲି ଏକତାଙ୍କ ନିକଟ ସୂତ୍ରରୁ ସ୍ପଷ୍ଟ ହୋଇଛି |

ତେବେ ଏକତା କପୁରଙ୍କ ନାମ ମଧ୍ୟ ସେହି ସେଲିବ୍ରିଟିମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ, ଯେଉଁମାନେ ୪୦ବର୍ଷ ବୟସ ପରେ ମଧ୍ୟ ଅବିବାହିତ ଅଛନ୍ତି  | ଏକତା ନିଜେ ଏକ ସାକ୍ଷାତକାର ସମୟରେ ପ୍ରକାଶ କରିଥିଲେ ଯେ ସେ ଏପର୍ଯ୍ୟନ୍ତ ବିବାହ କାହିଁକି କରିନାହାନ୍ତି? ଯେତେବେଳେ ଏକତା କପୁରଙ୍କୁ ପଚରାଗଲା ସେ କେବେ ବିବାହ କରିବେ? ଏହାର ଉତ୍ତରରେ ଏକତା କପୁର ହସି ହସି କହିଥିଲେ ଯେ, ସଲମାନ ଖାନଙ୍କ ବିବାହ ହେବାର ଦୁଇ ତିନି ବର୍ଷ ପରେ ସେ ବିବାହ କରିବେ ।

ସମ୍ବନ୍ଧିତ ଖବର