ଅକ୍ଷୟଙ୍କ ଭୁଲରୁ ଶିଖିଲେ କାର୍ତ୍ତିକ, କୋଟି କୋଟି ଟଙ୍କାର ପାନ ମସଲା ବିଜ୍ଞାପନ କରିବାକୁ ମନାକଲେ

ମୁମ୍ବାଇ: କାର୍ତ୍ତିକ ଆରୟନ ବଲିଉଡର ଆଗ ଧାଡ଼ିର ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ସେ ସବୁବେଳେ ଚଳଚ୍ଚିତ୍ରରେ ଭିନ୍ନ ଚରିତ୍ରରେ ଅଭିନୟ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ସବୁବେଳେ ନିଜର ଅଭିନୟ ଜରିଆରେ ମନ କିଣୁଥିବା କାର୍ତ୍ତିକ ଏବେ କୋଟି କୋଟି ଟଙ୍କାର ପାନ ମସଲା ବିଜ୍ଞାପନ କରିବାକୁ ମନା କରି ଲୋକଙ୍କ ହୃଦୟ ଜିତିଛନ୍ତି।

ବଲିଉଡ ହଙ୍ଗାମାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭୁଲ ଭୁଲୈଆ ଅଭିନେତା କାର୍ତ୍ତିକ ଆରୟନଙ୍କୁ ଏକ ପାନ ମସାଲା ବ୍ରାଣ୍ଡର ବିଜ୍ଞାପନ କରିବା ପାଇଁ ଅଫର ମିଳିଥିଲା। ଏହି ବିଜ୍ଞାପନ ପାଇଁ କାର୍ତ୍ତିକଙ୍କୁ ୮ ରୁ ୯କୋଟି ଟଙ୍କାର ଅଫର ଦିଆଯାଇଥିଲା। ବିଜ୍ଞାପନ ପାଇଁ ଏତେ କୋଟି ଟଙ୍କାର ଅଫର ମିଳିବା ସତ୍ତ୍ବେ କାର୍ତ୍ତିକ ବିଜ୍ଞାପନ କରିବାକୁ ମନା କରିଦେଇଥିବା ଜଣାପଡ଼ିଛି। କାର୍ତ୍ତିକଙ୍କ ଏଭଳି ନିଷ୍ପତ୍ତିକୁ ଦର୍ଶକ ପସନ୍ଦ କରିବା କରିବା ସହ ତାଙ୍କର ପ୍ରଶଂସା କରିବା ଆରମ୍ଭ କରିଛନ୍ତି।

ଅଭିନେତାଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରି ପୂର୍ବତନ ସେନସର ବୋର୍ଡର ଅଧ୍ୟକ୍ଷ ପ୍ରହ୍ଲାଦ ନିହଲାନି କହିଛନ୍ତି ଯେ ପାନ ମସାଲା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏବଂ ବଲିଉଡର ସେଲିବ୍ରିଟିମାନେ ଏହିପରି ଜିନିଷର ପ୍ରଚାର କରି ଦେଶକୁ କ୍ଷତି ପହଞ୍ଚାଉଛନ୍ତି। ମଦ ଏବଂ ପାନ ମସାଲାକୁ ପ୍ରୋତ୍ସାହିତ କରିବା ବେଆଇନ ବୋଲି ପ୍ରହ୍ଲାଦ କହିଛନ୍ତି। ଆଇନ ଅନୁଯାୟୀ, ସିବିଏଫସି ଏପରି କୌଣସି ବିଜ୍ଞାପନର ପ୍ରସାରଣକୁ ଅନୁମତି ଦେବା ଉଚିତ୍ ନୁହେଁ। ଲୋକମାନେ ବଲିଉଡର କଳାକାରଙ୍କୁ ନିଜର ଭଗବାନ ବୋଲି ମାନନ୍ତି। ଅନେକ ଲୋକ ଚିନ୍ତା ନକରି ବଲିଉଡ କଳାକାର ଯେଉଁ ଜିନିଷର ବିଜ୍ଞାପନ କରନ୍ତି, ତାକୁ ଆଖି ବୁଜି ବ୍ୟବହାର କରନ୍ତି। ଏହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

 

ସମ୍ବନ୍ଧିତ ଖବର