ମୁମ୍ବାଇ : ଜଣାଶୁଣା ନିର୍ଦ୍ଦେଶକ ରାଜକୁମାର ହିରାନୀ ଏବେ ନିଜ ଫିଲ୍ମ ‘ସଞ୍ଜୁ’କୁ ନେଇ ବ୍ୟସ୍ତ ଥିବା ଜଣାପଡ଼ିଛି । ପ୍ରସିଦ୍ଧ ବଲିଉଡ଼ ଅଭିନେତା ସଂଜୟ ଦତ୍ତଙ୍କ ଜୀବନୀକୁ ନେଇ ତିଆରି ହେଉଥିବା ଏହି ଫିଲ୍ମରେ ସଂଜୟଙ୍କ ଚରିତ୍ରରେ ନଜର ଆସୁଛନ୍ତି ବଲିଉଡ଼ର ଚକୋଲେଟ୍ ବୟ ରଣବୀର କପୁର । କିଛି ଦିନ ତଳେ ସୁଟିଂ ସେଟ୍ରୁ ଫିଲ୍ମରେ ରଣବୀର କପୁରଙ୍କ ‘ସଞ୍ଜୁ’ ଲୁକ୍ର ଫଟୋ ଭାଇରାଲ ହୋଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଫଟୋ ଦେଖିବା ପରେ ରଣବୀର କପୁର ସଞ୍ଜୟ ଦତ୍ତଙ୍କ ଭଳି ଦିଶୁଥିବା ଲୋକେ କହିବା ଆରମ୍ଭ କରିଥିଲେ । ତେବେ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ବଢ଼ି ବଢ଼ି ଚାଲିଥିବା ବେଳେ ଏହାର ଟିଜର୍ ଏବେ ରିଲିଜ ହେବାକୁ ଯାଉଛି । କିନ୍ତୁ ଆଇପିଏଲ୍ ମ୍ୟାଚ୍ ସମୟରେ ଏହାକୁ ରିଲିଜ କରାଯିବା ନାହିଁ ବୋଲି ନିର୍ଦ୍ଦେଶକ ରାଜକୁମାର ହିରାନୀ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କହିଥିବା ଜଣା ପଡ଼ିଛି । ପୂର୍ବରୁ ଏହି ଫିଲ୍ମର ଟିଜର ଆଇପିଏଲ ସମୟରେ ରିଲିଜ କରାଯିବ ବୋଲି ଶୁଣିବାକୁ ମିଳିଥିବା ବେଳେ ଏବେ ଏହାକୁ ଅସ୍ୱୀକାର କରିଛନ୍ତି ରାଜକୁମାର ହିରାନୀ ।
ତାଙ୍କ କହିବା ଅନୁଯାୟୀ, ଫିଲ୍ମର ଟିଜର ୨୪ଏପ୍ରିଲର ସକାଳେ ରିଲିଜ କରାଯିବାକୁ ଥିବା ବେଳେ ଆଇପିଏଲ୍ ମ୍ୟାଚ୍ ସଂନ୍ଧ୍ୟା ସମୟରେ ଆରମ୍ଭ ହେବ । ସକାଳେ ଟିଜର ରିଲିଜ ପରେ ମ୍ୟାଚ୍ ସମୟରେ ଏହାକୁ ପ୍ରସାରିତ କରାଯିବ । ତେବେ ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମର ବିଭିନ୍ନ ଫଟୋକୁ ନେଇ ଦର୍ଶକମାନେ ଅତି ଉତ୍ସାହର ସହ ଏହାର ରିଲିଜକୁ ଅପେକ୍ଷା କରିଥିବା ଜଣାପଡ଼ିଛି ।
ଫିଲ୍ମଟି ଜୁନ୍ ୨୯,୨୦୧୮ରେ ରିଲିଜ୍ ହେବାକୁ ଥିବା ବେଳେ ରଣବୀରଙ୍କ ବ୍ୟତିତ ଏଥିରେ ସୋନମ କପୁର,ଦିୟା ମିର୍ଜା,ଅନୁଷ୍କା ଶର୍ମା,ପରେଶ ରାଓ୍ଵଲ ଆଦି ନଜର ଆସିବେ ବୋଲି ଜଣା ପଡ଼ିଛି ।