ହରର କମେଡିରେ ନଜର ଆସିବେ ରଶ୍ମିକା

ନୂଆଦିଲ୍ଲୀ: ସିନେମା ନିର୍ମାତା ଦିନେଶ ବିଜନଙ୍କ ହରର କମେଡି  ଲୋକଙ୍କ ମଧ୍ୟରେ ଖୁବଲୋକପ୍ରିୟ ହେବା ସହିତ ବକ୍ସ ଅଫିସରେ ସଫଳତାର ନୂଆ ପାହାଚ ଚଢ଼ୁଛି।  ଶ୍ରଦ୍ଧା କପୁରଙ୍କ ଷ୍ଟାରର ସ୍ତ୍ରୀ (୨୦୧୮)ରୁ ଆରମ୍ଭ ହୋଇଥିବା ହରର କମେଡି ଲେଟେଷ୍ଟ ସିନେମା ‘‘ମୁଞ୍ଜ୍ୟା’’ ଥିଏଟରରେ ଧମାଲ କରୁଛି। ଆଗମୀ ଦିନରେ ଏହି ହରର କମେଡି ଆହୁରି ବଡ଼ ହେବାକୁ ଯାଉଛି। ଆଗକୁ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହିତ ରଶ୍ମିକା ମନ୍ଦାନାଙ୍କୁ ଏକାଠି ଏଥିରେ କାମ କରିବାର ଦେଖିବାକୁ ମିଳିବ।

ଗତବର୍ଷ ଠାରୁ ଖବର ଆସୁଛି କି ଶ୍ରଦ୍ଧା କପୁର, ରାଜକୁମାର ରାୱ, କୃତି ସେନନ ଓ ବରୁଣ ଧାୱନଙ୍କ ଭଳି ଷ୍ଟାର୍ସ ସହିତ ଆଗାମୀ ଦିନରେ ଆୟୁଷ୍ମାନ ବି ହରର ୟୁନିଭର୍ସରେ ପ୍ରବେଶ କରିବାକୁ ଯାଉଛନ୍ତି। ସେ ଯେଉଁ ସିନେମାରେ ନଜର ଆସିବେ ତାହାର ନାମ ‘ଭାମ୍ପାୟାର୍ସ ଅଫ୍ ବିଜୟ ନଗର’ ରହିଛି।

ରଣବୀର କପୁରଙ୍କ ସହିତ ସିନେମା ‘ଏନିମଲ’ରେ ଅଭିନୟ କରି ସଫଳତା ପାଇବା ପରେ ରଶ୍ମିକା ମନ୍ଦାନାଙ୍କ ପାଖକୁ ଗୋଟିଏ ପରେ ‌ଗୋଟିଏ ସିନେମା ଅଫର ଆସୁଛି। ସେ ଏକ ବଡ଼ ପ୍ରୋଜେକ୍ଟରେ ସାଇନ ବି କରିଛନ୍ତି। ‘ଭାମ୍ପାୟର୍ସ ଅଫ ବିଜୟ ନଗର’ରେ ଆୟୁଷ୍ମାନଙ୍କ ସହିତ ରଶ୍ମିକାଙ୍କୁ କ‌ାଷ୍ଟ ବି କରାଯାଇଛି। ଏଥି‌ରେ ରଶ୍ମିକାଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧିତ ଖବର