ଭୁବନେଶ୍ବର: ଝିଲିକ୍ ମୋସନ୍ ପିକଚର୍ସ ବ୍ୟାନରରେ ନିର୍ମିତ ନୂଆ ସିନେମା ‘ରୁଦ୍ରାଣୀ’ ଆଗାମୀ ଦୀପାବଳିରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।। ନାରୀକୈନ୍ଦ୍ରିକ କାହାଣୀ ‘ରୁଦ୍ରାଣୀ’ରେ ଝିଲିକ୍ ଓ ମଣ୍ଟୁଙ୍କୁ ନାୟକ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଏତଦବ୍ୟତୀତ ଏଥିରେ ରୋହିତାସ, ବାପିବାବୁ, ବବି ମିଶ୍ର, ପିଣ୍ଟୁ ନନ୍ଦ, ଭିକ୍କି ମିଶ୍ର, ଜୀବନ ପଣ୍ଡା, ଇଲୁ ବାନାର୍ଜୀ, ଟିଲୁ, ପ୍ରତିଭା ପଣ୍ଡା, ଶୁଭଙ୍କରୀ, ଅନୁରାଧା, ଗୁଡ୍ଡୁ, ଅମର, ସରୋଜ ଦାସ, ଧରିତ୍ରୀ ଖଣ୍ଡୁଆଳ ଏବଂ ନବାଗତା ମୁସ୍କାନ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶକ ହେଲେ କେ ମୁରଲୀକ୍ରିଷ୍ଣା। ଚଳଚ୍ଚିତ୍ର ‘ରୁଦ୍ରାଣୀ’ରେ ସଂଳାପ ଲେଖିଛନ୍ତି ରଜନୀ ରଂଜନ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ, ଚିତ୍ରୋତ୍ତୋଳନ କରିଛନ୍ତି ଈଶ୍ବର ବାରିକ ଏବଂ ଏଥିରେ କ୍ରିଏଟିଭ୍ ହେଡର ଭୂମିକା ନିର୍ବାହ କରିଛନ୍ତି ପ୍ରଣୟ ଜେଠୀ।
ସତ୍ୟର ସନ୍ଧାନ ପାଇଁ ଅଭିନେତ୍ରୀ ଝିଲିକ୍ ନେଇଛନ୍ତି ନୂଆ ଅବତାର। ଏହି ସିନେମାରେ ତାଙ୍କୁ କଲେଜର ଅଧ୍ୟକ୍ଷ ଭୂମିକାରେ ଦେଖିବାକୁ ମିଳିବ। ପ୍ରକୃତ ସତ୍ୟ ସବୁବେଳେ ମିଛର ଆବରଣ ଭିତରେ ଥାଏ। ସତ୍ୟର ଉନ୍ମୋଚନ ପାଇଁ ସବୁବେଳେ ମିଛର ଆବରଣ ଭିତରକୁ ଖୋଳିବାକୁ, ଅନୁସନ୍ଧାନ କରିବାକୁ ହୁଏ। ସେମିତି ଏକ ସତ୍ୟକୁ ଲୋକଲୋଚନକୁ ଆଣିବାକୁ ରୁଦ୍ରାଣୀଙ୍କୁ ଏକ ଭିନ୍ନ ଅବତାର ନେବାକୁ ହୁଏ। ଏହା ତାଙ୍କ ଅଭିନୟ ଜୀବନର ଶ୍ରେଷ୍ଠ ଚରିତ୍ର ବୋଲି ନିଜେ ଝିଲିକ୍ କହିଛନ୍ତି।
ଦୀପାବଳିରେ ଆସିବ ‘ରୁଦ୍ରାଣୀ’
/sambad/media/post_attachments/wp-content/uploads/2022/10/jhilik.jpg)