୧୫କୋଟି ପାଇଁ ବ୍ୟବସାୟୀ ବନ୍ଧୁ କରିଛନ୍ତି ସତୀଶ କୌଶିକଙ୍କ ହତ୍ୟା !

ନୂଆଦିଲ୍ଲୀ: ବଲିଉଡର ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ ଲୋକପ୍ରିୟତା ସାଉଁଟି ଥିବା ସତୀଶ କୌଶିକଙ୍କର ମାର୍ଚ୍ଚ ୯ ତାରିଖରେ ପରଲୋକ ହୋଇଥିଲା। ମୃତ୍ୟୁ ବେଳଙ୍କୁ ସତୀଶଙ୍କୁ ୬୬ ବର୍ଷ ହୋଇଥିଲା। ସତୀଶଙ୍କ ମୃତ୍ୟୁ ତାଙ୍କ ପରିବାରଲୋକଙ୍କୁ ଦେହଲାଇ ଦେଇଛି।  ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାରଲୋକେ କହୁଥିବା ବେଳେ ପ୍ରାରମ୍ଭିକ ବ୍ୟବଚ୍ଛେଦ ରିପୋର୍ଟରେ ବି ସମାନ ତଥ୍ୟ ସାମ୍ନାକୁ ଆସିଥିଲା। ହେଲେ ଏବେ ସତୀଶଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼ ଆସିଛି। ୧୫କୋଟି ପାଇଁ ବ୍ୟବସାୟୀ ବନ୍ଧୁ ସତୀଶ କୌଶିକଙ୍କ ହତ୍ୟା କରିଛନ୍ତି ବୋଲି କୁହାଯାଉଛି।

ହୋଲି ପାର୍ଟି ହୋଇଥିବା ଫାର୍ମ ହାଉସର ମାଲିକ ତଥା ସତୀଶଙ୍କ ବନ୍ଧୁ ବିକାଶ ମାଲୁଙ୍କ ଉପରେ ଏହି ଆରୋପ ଲାଗିଛି। ଆଉ କେହି ନୁହନ୍ତି ବରଂ ବିକାଶଙ୍କ ପତ୍ନୀ ଏହି ଅଭିଯୋଗ କରିଛନ୍ତି। ବିକାଶ ମାଲୁଙ୍କ ପତ୍ନୀ ସାନବୀ ମାଲୁ ଦିଲ୍ଲୀ ପୁଲିସକୁ ଚିଠି ଲେଖି ତାଙ୍କ ସ୍ୱାମୀ, ସତୀଶ କୌଶିକଙ୍କୁ ହତ୍ୟା କରିଥିବା ସନ୍ଦେହ କରୁଥିବା କହିଛନ୍ତି। ସାନବୀ ମାଲୁଙ୍କ ଅନୁଯାୟୀ, ୧୫କୋଟି ଟଙ୍କା ଋଣକୁ ନେଇ ବିକାଶ ଏବଂ ସତୀଶଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଭଳି ପରିସ୍ଥିତିରେ ସାନବୀ ସନ୍ଦେହ କରୁଛନ୍ତି  ଯେ ବିକାଶ ହୁଏତ ସତୀଶଙ୍କୁ ଭୁଲ ଔଷଧ ଖାଇବାକୁ ଦେଇଥିବେ। ଭୁଲ ଔଷଧ ଖାଇ ସତୀଶଙ୍କ ମୃତ୍ୟୁ ହେଲେ ବିକାଶଙ୍କୁ ଆଉ ୧୫କୋଟି ଦେବାକୁ ପଡ଼ିବ ନାହିଁ ବୋଲି ଭାବି ସେ ଏଭଳି କରିଥାଇ ପାରନ୍ତି। ସାନବୀ ଏଭଳି ଚିଠି ଲେଖି ଘଟଣାର ତଦନ୍ତ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର