ଧର୍ମେନ୍ଦ୍ରଙ୍କ ପରି ଆକର୍ଷଣୀୟ ପୁରୁଷଙ୍କୁ ଚୁମ୍ବନ ଦେବାକୁ କିଏ ବା ଇଚ୍ଛା ନକରିବ: ଶବାନା

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ରକି ଔର ରାନୀ କି ପ୍ରେମ୍ କାହାନୀ’ରେ ପରସ୍ପରକୁ ଚୁମ୍ବନ ଦେଇ ଚର୍ଚ୍ଚାରେ ଅଛନ୍ତି ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶବାନା ଆଜମୀ। ଏହି ଦୃଶ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଶବାନା । ପୂର୍ବରୁ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିବା ବେଳେ ଏବେ ଶବାନା ନିଜର ଏହି ଚୁମ୍ବନ ଦୃଶ୍ୟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।

ଚୁମ୍ବନ ଦୃଶ୍ୟ ବିଷୟରେ ଶବାନା ଆଜମୀ କହିଛନ୍ତି, “ମୁଁ କେବେ ଭାବି ନଥିଲି ଯେ ଏହି ଦୃଶ୍ୟକୁ ନେଇ ଏତେ ଚର୍ଚ୍ଚା ହେବ। ଯେତେବେଳେ ଆମେ ଚୁମ୍ବନ ଦୃଶ୍ୟର ସୁଟିଂ କରୁଥିଲୁ, ସେତେବେଳେ ସେଟରେ ଲୋକମାନେ ହସିଥିଲେ ଏବଂ ଖୁସି ହୋଇଥିଲେ। ଏହାକୁ ନେଇ କାହାର କୌଣସି ସମସ୍ୟା ନଥିଲା। ଏହା ସତ୍ୟ ଯେ ମୁଁ ପୂର୍ବରୁ ପରଦାରେ ଅଧିକ ଚୁମ୍ବନ ଦୃଶ୍ୟ କରି ନାହିଁ। କିନ୍ତୁ ଧର୍ମେନ୍ଦ୍ରଙ୍କ ପରି ଆକର୍ଷଣୀୟ ପୁରୁଷଙ୍କୁ ଚୁମ୍ବନ ଦେବାକୁ କିଏ ବା ଇଚ୍ଛା ନକରିବ।

ଏହି ଦୃଶ୍ୟକୁ ନେଇ ସ୍ବାମୀ ଜାଭେଦ ଅଖତାର କିଭଳି ପ୍ରତିକ୍ରିୟା ରଖିଥିଲେ ସେ ବିଷୟରେ ଜଣାଇ ଶବାନା କହିଛନ୍ତି, ତାଙ୍କୁ ଏହି ଦୃଶ୍ୟ ସେତେଟା ଆଶ୍ଚର୍ଯ୍ୟ କରି ନାହିଁ। ଏହି ଦୃଶ୍ୟକୁ ନେଇ ସେ ଯେତିକି ବ୍ୟଥିତ ନଥିଲେ ତା’ଠାରୁ ଅଧିକ ବ୍ୟଥିତ ଥିଲେ ଫିଲ୍ମରେ ମୋର ରାଉଡି ବ୍ୟବହାରକୁ ନେଇ। ତାଙ୍କୁ ଫିଲ୍ମଟି ପସନ୍ଦ ଆସିଛି ଏବଂ ଆମ ସମସ୍ତଙ୍କ କାମକୁ ମଧ୍ୟ ସେ ପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର