ବିବାହ ପରେ ସୋନାକ୍ଷୀ ଓ ଜହିରଙ୍କୁ ଟ୍ରୋଲ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷର ରିଲେସନସିପ୍ ପରେ ଜୁନ୍ ୨୩ରେ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ବିବାହ ପରିବାରଲୋକ ଓ କିଛିସାଙ୍ଗମାନଙ୍କ ଉପସ୍ଥିତିରେ ଶେଷ ହୋଇଛି । ବିବାହ ପରେ ସୋନାକ୍ଷୀଙ୍କୁ ଅନେକ ଲୋକ ଟ୍ରୋଲ କରୁଛନ୍ତି।  ଯେଉଁ କାରଣରୁ ନବଦମ୍ପତି ବିବାହ ଫଟୋ ସେୟାର କରିବା ପରେ ପ୍ରତିକ୍ରିୟା ସେକସନକୁ ଅଫ କରି ‌ଦେଇଛନ୍ତି।

ଏହି ଘଟଣାକୁ ବାପା ଶତ୍ରୁଘ୍ନ  ଝିଅ ସୋନାକ୍ଷୀ ସିହ୍ନା ଓ ଜ୍ବାଇଁ ଜହିରଙ୍କୁ ଟ୍ରୋଲ କରୁଥିବା ଓ ଯେଉଁ ଲୋକମାନେ ଏହି ବିବାହକୁ ଲବ ଜିହାଦର ନାମ ଦେଇଛନ୍ତି ସେମାନଙ୍କୁ କଡ଼ା ଜବାବ ଦେଇଛନ୍ତି।

ଶତ୍ରୁଘ୍ନ  ସୋନାକ୍ଷୀଙ୍କ ସମର୍ଥନ କରି  କହିଛନ୍ତି, ‘ଝିଅର ବିବାହରେ ମୁଁ ବହୁତ ଖୁସି। ପ୍ରତ୍ୟେକ ବାପା ତାଙ୍କର ଝିଅର ବିବାହ ପାଇଁ ଖୁବ ଆଶା ରଖିଥାଆନ୍ତି। ମୋର ବି ସେହି ଆଶା ପୁରଣ ହୋଇଛି। ସୋନାକ୍ଷୀଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି। ସେ ଜହିର ସହିତ ବେଶ ଖୁସିରେ ଅଛନ୍ତି। ମୋର ଆର୍ଶୀବାଦ ସେ ଦୁହିଁଙ୍କ ଉପରେ ରହିଛି। ସେମାନେ ସର୍ବଦା ଖୁସିରେ ରୁହନ୍ତୁ।

ମୁଁ କହିବି ବିବାହ ଦୁଇଜଣଙ୍କ ମଧ୍ୟରେ ହୋଇଥାଏ। ବିବାହ କରିବାର ନିଷ୍ପତ୍ତି ନେବାର ସମସ୍ତଙ୍କ ଅଧିକାର ଅଛି। ଏହାକୁ ନେଇ ଅନ୍ୟମାନେ ମଜାକ ଉଡ଼ାଇବା ଖରାପ ମେସେଜ କରିବା ଆଦୌ ଉଚିତ ନୁହେଁ। ନିଜ ଜୀବନସାଥୀ ବାଛି ବିବାହ କରିବାରେ ଭୁଲ କେଉଁଠି ରହିଲା। ସୋନାକ୍ଷୀ ଜହିରଙ୍କୁ ବାଛି ବିବାହ କରିଛନ୍ତି। ଏଥିରେ ତାଙ୍କୁ ଟ୍ରୋଲ କରିବାର କୌଣସି କାରଣ ନାହିଁ।’

 

 

 

 

 

ସମ୍ବନ୍ଧିତ ଖବର