ଏକ୍ସ ବୟଫ୍ରେଣ୍ଡ୍‌ଙ୍କୁ ବାହାଘର ପାଇଁ ନିମନ୍ତ୍ରଣ କଲେ ସୋନମ୍‌!

photo-the asian age

ମୁମ୍ବାଇ: ବଲିଉଡ଼୍‍ର ଲୋକପ୍ରିୟ ନାୟିକା ସୋନମ୍‌ କପୁର୍‌ ଏବେ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ମଇ ୮ ତାରିଖରେ ତାଙ୍କର ବୟଫ୍ରେଣ୍ଡ୍‌ ଆନନ୍ଦ ଆହୁଜାଙ୍କୁ ବିବାହ କରୁଛନ୍ତି। ଏହାଭିତରେ ସେ ନିମନ୍ତ୍ରଣ ପତ୍ର ବଣ୍ଟା କାମ ଶେଷ କରି ସାରିଲେଣି । ସୋନମ୍‌ ନିଜରଏକ୍ସ ବୟଫ୍ରେଣ୍ଡ୍‌ଙ୍କୁ ବାହାଘର ପାଇଁ ନିମନ୍ତ୍ରଣ କରିଛନ୍ତି। ଆଉ ସେମାନେ ବି ଯୋଗ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ଏବେ ଆସନ୍ତୁ ଜାଣିବା କେଉଁମାନେ ଏହି ଏକ୍ସ ବୟଫ୍ରେଣ୍ଡ ।
୨୦୦୭ରେ ପ୍ରଖ୍ୟାତ ଅଭିନେତା ଅନୀଲ କପୁର୍‌ଙ୍କ କନ୍ୟା ସୋନମ୍‌ କପୁର ସଂଜୟ ଲୀଲା ଭଂସାଲିଙ୍କ ଫ୍ଲପ୍‌ ଫିଲ୍ମ ‘ସାଓ୍ଵରିୟା’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହି ଫିଲ୍ମରେ ତାଙ୍କର ନାୟକ ଥିଲେ ହାର୍ଟଥ୍ରୋବ୍‌ ରଣବୀର୍‌ କପୁର।
‘ସାଓ୍ଵରିୟା’ସୁଟିଂ ସମୟରେ ହିଁ ରଣବୀର କପୁର ଓ ସୋନମ କପୁରଙ୍କ ଆଫେଆରର ଚର୍ଚ୍ଚା ହୋଇଥିଲା। କିନ୍ତୁ ପରେ ସୋନମ୍‌ ଆଫେଆର୍‌ କଥାକୁ ଖଣ୍ଡନ କରିଥିଲେ।

ସୋନମ୍‌ଙ୍କ ଏହି ଟିପ୍ପଣୀ ପରେ ରଣବୀର ନିଜର ପ୍ରତିକ୍ରିୟାରେ କହିଥିଲେ ସୋନମ୍‌ କପୁର୍‌ ହେଉଛନ୍ତି ‘ଡ୍ରାମା କୁଇନ୍‌’।
ମିଳିଥିବା ଖବର ଅନୁଯାୟୀ ସୋନମ୍‌ କପୁର ତାଙ୍କର ଏହି ଏକ୍ସ ବୟଫ୍ରେଣ୍ଡ୍‌ଙ୍କୁ ବି ବିବାହରେ ଯୋଗଦେବା ଲାଗି ନିମନ୍ତ୍ରଣ କରିଛନ୍ତି।ସୋମନ୍‌ଙ୍କ ବାହାଘରରେ ସାମିଲ ହେବାର କଥା ଦେଇଛନ୍ତି ରଣବୀର କପୁର।
ଠିକ୍‌ ସେହିପରି ସୋନମ୍‌ ତାଙ୍କର ଅନ୍ୟ ଜଣେ ଏକ୍ସ ବୟଫ୍ରେଣ୍ଡ୍‌ ନିର୍ଦ୍ଦେଶକ ପୁନୀତ ମାଲହୋତ୍ରାଙ୍କୁ ମଧ୍ୟ ବି ନିମନ୍ତ୍ରଣ ଦେଇଛନ୍ତି।

ସମ୍ବନ୍ଧିତ ଖବର