ପୂର୍ବତନ ସ୍ୱାମୀ ରିତେଶଙ୍କ ସହ ମୀମାଂସା କରିଦେଲେ କି ରାକ୍ଷୀ?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ତ‌ାଙ୍କ ସ୍ବାମୀ ଆଦିଲ ଖାନ୍‌ ଦୁରାନୀଙ୍କଠାରୁ ଅଲଗା ହୋଇ ଯାଇଛନ୍ତି। ଆଦିଲ ମଧ୍ୟ ଏହା ଭିତରେ ବିଗ୍‌ବସ୍‌ ପ୍ରତିଦ୍ବନ୍ଦ୍ବୀ ସୋମି ଖାନ୍‌ଙ୍କୁ ବିବାହ କରି ସାରିଛନ୍ତି। ଅନେକ ଦିନ ହେବ ରାକ୍ଷୀ ଓ ଆଦିଲଙ୍କ ମଧ୍ୟରେ ବିବାହ ଲାଗି ରହିଥିବା ବେଳେ ଏବେ କାହାଣୀ ନୂଆ ମୋଡ଼ ନେଇଛି। ଏପରି ଲାଗୁଛି ଯେପରି ରାକ୍ଷୀ ସାୱନ୍ତ ତାଙ୍କ ପୂର୍ବତନ ସ୍ୱାମୀ ରିତେଶଙ୍କ ସହ ମୀମାଂସା କରି ଦେଇଛନ୍ତି। କାରଣ ଦୁହିଁଙ୍କୁ ଏବେ ଏକାଠି ଦେଖବାକୁ ମିଳୁଛି।

ଉଭୟ ରାକ୍ଷୀ ଓ ତାଙ୍କ ପୂର୍ବତନ ସ୍ବାମୀ ଆଦିଲ ଖାନ ଦୁରାନୀଙ୍କୁ ଗାଳି ଦେବା ସହ ତାଙ୍କ ପତ୍ନୀ ସୋମି ଖାନ୍‌ଙ୍କୁ ପରାମର୍ଶ ଦେଉଥିବାର ଦେଖିବାକୁ ମିଳୁଛି। ନିଜ ଅଳଙ୍କାରକୁ ସୁରକ୍ଷିତ ରଖିବା ସହ ଗାଧେଇବା ସମୟରେ ସତର୍କ ରହିବାକୁ ରାକ୍ଷୀ ତାଙ୍କୁ ପ‌ରାମର୍ଶ ଦେଇ ମେସେଜ୍‌ କରିଛନ୍ତି।

ରାକ୍ଷୀ ଆହୁରି ମଧ୍ୟ ଆଦିଲଙ୍କ ନାମରେ କୌଣସି ସଂପତ୍ତି ନରଖିବାକୁ ସୋମିଙ୍କୁ କହିଛନ୍ତି। ରାକ୍ଷୀ ଅଭିଯୋଗ କରିଛନ୍ତି ଯେ ଆଦିଲ ତାଙ୍କ ଅଳଙ୍କାର ନେଇ କେଉଁଆଡ଼େ ପଳାଇ ଯାଇଥିଲେ, ଯାହାକି ସେ ରିତେଶଙ୍କଠାରୁ ଉପହାର ଆକାରରେ ପାଇଥିଲେ। ମୋର ୩.୫ କୋଟି ଟଙ୍କାର ଏକ ଚେକ୍‌ ବାଉନ୍ସ ହୋଇଯାଇଛି ବୋଲି ରାକ୍ଷୀ ଉଲ୍ଲେଖ କରିଛନ୍ତି।

 

ସମ୍ବନ୍ଧିତ ଖବର