ନିଦ ନ ଆସିଲେ କଅଣ ଖାଇବେ

ନିଦ୍ରା କେଡ଼େ ଗୁରୁତ୍ୱପୂର୍ଣ୍ଣ କଥା ତାହା ସମସ୍ତଙ୍କୁ ଜଣା। ଆଜିକାଲି କିନ୍ତୁ, ଦୈନିକ ୮ ରୁ ୯ ଘଣ୍ଟା ଶୋଇବା ପାଇଁ ଅନେକଙ୍କୁ ରିତିମତ ଲଢ଼େଇ କରିବାକୁ ପଡୁଛି କହିଲେ ଚଳେ। ବିନିଦ୍ରତା ବି ଗୋଟାଏ ଶାରୀରିକ ବିକୃତି। ସମସ୍ତ ଶାରୀରିକ ବିକୃତି ପାଇଁ ପ୍ରାକୃତିକ ଉପଚାର ରୂପେ ଖାଦ୍ୟର ଭୂମିକା ଥିବା ଭଳି ଏଥିରେ ମଧ୍ୟ ଖାଦ୍ୟର ଭୂମିକା ରହିଛି।

ବିନିଦ୍ରତା ବା ନିଦ୍ରାହୀନତା ଦୂରେଇବା ପାଇଁ କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ ରହିଛି। ସେ ସବୁ ଖାଇଲେ ବିନିଦ୍ର ଲୋକେ ସୁଖ ନିଦ୍ରା ଯିବେ ବୋଲି ବିଶେଷଜ୍ଞମାନଙ୍କ ମତ। ବାଦାମ, କିଓ୍ଵିଫଳ, ଅକ୍ଷୋଟ, କଦଳୀ, ସୋଲା, ଦୁଗ୍ଧ, ଯଅ ଏବଂ କାଣ୍ଡିଆ ଚାଉଳ ଆଦିରେ ଥିବା ଉପାଦାନ ନିଦ୍ରାକାରକ।

ଯଅ ଏବଂ କାଣ୍ଡିଆ ଚାଉଳରେ ବିପୁଳ ପରିମାଣରେ ଶ୍ୱେତସାର ଥିବାରୁ ଏହାକୁ ଖାଇଲେ ଢୋଳ ମାଡ଼େ। ତେଣୁ ଶୋଇବାକୁ ଯିବା ପୂର୍ବରୁ ଏ ସବୁରେ ପ୍ରସ୍ତୁତ ଆହାର ଭୋଜନ କରିବା ଉଚିତ। ଯଅରେ ଥିବା ମେଲାଟୋନିନ୍‌ ନାମକ ହର୍ମୋନ୍‌ ଅନ୍ଧକାରରେ ସକ୍ରିୟ ହୋଇଉଠୁ ଥିବାରୁ ଏଥିରେ ତିଆରି ଖାଦ୍ୟ ଖାଇଲେ ନିଦ ଲାଗେ।

ସାଲାଡ୍‌ରେ ବ୍ୟବହୃତ ଲେଟ୍ୟୁସ୍‌ ପତ୍ରରେ ଥିବା ଲାକ୍‌ଟୁକେରିଅୟମ୍‌ ନାମକ ଉପାଦାନରେ ନିଶାଳିଆ ତତ୍ତ୍ୱ ରହିଛି। ରାତ୍ର ଭୋଜନରେ ସାମାନ୍ୟ ସାଲାଡ୍‌ ଖାଇଲେ ତାହା ନିଦ କରାଇବାରେ ସହାୟକ ହୋଇଥାଏ।

ସୋଲା ବା ଚଣା ନିଦ ପାଇଁ ଏକ ଅବ୍ୟର୍ଥ ଆହାର। ପୁଷ୍ଟିସାରରେ ସମୃଦ୍ଧ ଚଣାରେ ଭରି ରହିଥାଏ ଭିଟାମିନ୍‌ ବି-ସିକ୍ସ୍‍। ବି-ସିକ୍ସ୍‍ ଶରୀରରେ ମେଲାଟୋନିନ୍‌ ଉତ୍ପାଦନ କରାଇବାରେ ସହାୟତା କରେ। ଫଳତଃ ନିଦ ଆସିଯାଏ।

ସମ୍ବନ୍ଧିତ ଖବର