‘ମଣିକର୍ଣ୍ଣିକା’ ଛାଡ଼ିବା ପଛରେ ଏହି କାରଣ ଦର୍ଶାଇଲେ ସୋନୁ ସୁଦ୍‌

ମୁମ୍ବାଇ: କଙ୍ଗନା ରାନାଓ୍ଵତ୍‌ ଓ ଅଙ୍କିତା ଲୋଖଣ୍ଡେ ଷ୍ଟାରର୍‌ ମୁଭି ‘ମଣିକର୍ଣ୍ଣିକା’ରେ ସୋନୁ ସୁଦ୍‌ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିଲେ। କିନ୍ତୁ ଏହି ଫିଲ୍ମରୁ ଓହରି ଯାଇଛନ୍ତି ସୋନୁ ସୁଦ୍‌।

କୁହାଯାଉଛି ଯେ ସୋନୁ କଙ୍ଗନାଙ୍କର ବ୍ୟବହାରରେ ଅତିଷ୍ଠ ହୋଇ ମଣିକର୍ଣ୍ଣିକା ଛାଡ଼ିଛନ୍ତି। ଖାଲି ସେତିକି ନୁହେଁ ଏହି ସିନେମାର ନିର୍ଦ୍ଦେଶକ କ୍ରିଶ୍‌ ମଧ୍ୟ ‘ମଣିକର୍ଣ୍ଣିକା’ରୁ ଆଉଟ୍‌ ହୋଇଯାଇଛନ୍ତି। ଏବେ ଏହି ସିନେମାକୁ କଂପ୍ଲିଟ୍‌ କରିବେ ନିଜେ କଙ୍ଗନା ରାନାଓ୍ଵତ୍‌ ବୋଲି ଜଣାଯାଇଛି।

ଏହି ଘଟଣାକୁ ନେଇ କଙ୍ଗନା ରାନାଓ୍ଵତ୍‌ କହିଛନ୍ତି ଯେ, ଜଣେ ମହିଳା ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଚାହାଁନ୍ତି ନାହିଁ ସୋନୁ ସୁଦ୍‌। ଏହି କାରଣରୁ ସେ ‘ମଣିକର୍ଣ୍ଣିକା’ ଛାଡ଼ିଛନ୍ତି। ସେ ଆଉ ଡେଟ୍‌ସ ବି ନେଉନାହାଁନ୍ତି।

ଏଣେ ସୋନୁ ସୁଦ୍‌ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ତାଙ୍କ ପାଇଁ ନିର୍ଦ୍ଦେଶକ ପୁରୁଷ କି ମହିଳା, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆଗରୁ ସେ ଫରାହ ଖାନ୍‌ଙ୍କ ଭଳି ମହିଳା ନିର୍ଦ୍ଦେଶକଙ୍କ ସହିତ କାମ କରିଛନ୍ତି। ଫରାହ ଆଜିବି ତାଙ୍କର ଭଲ ବନ୍ଧୁ।

ସୋନୁ ସୁଦ୍‌ ମଣିକର୍ଣ୍ଣିକା ଛାଡ଼ିବା ପରେ ତାଙ୍କ ସ୍ଥାନରେ ଜଣେ ନବାଗତ କଳାକାରଙ୍କୁ ନେଇ ଫିଲ୍ମକୁ ରିସୁଟ୍‌ କରାଯିବ ବୋଲି କଙ୍ଗନା କହିଛନ୍ତି।

ସମ୍ବନ୍ଧିତ ଖବର