ଗୁଆହାଟୀ-ଜମ୍ମୁ ଲୋହିତ ଏକ୍ସପ୍ରେସ୍‌ର ୧୦ଟି ବଗି ଅଲଗା ହୋଇଗଲା

ଗୌହାଟୀ: ଆସାମର ଗୁଆହାଟୀରୁ ଜମ୍ମୁ ଯାଉଥିବା ଲୋହିତ ଏକ୍ସପ୍ରେସର ୧୦ଟି ବଗି ମଙ୍ଗଳବାର ବଙ୍ଗ-ବିହାର ସୀମାରେ ମୂଳ ଟ୍ରେନ୍‌ରୁ ଅଲଗା ହୋଇଯାଇଥିଲା। ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାର ଡାଲଖୋଲା ଓ ବିହାରର କିଷନଗଞ୍ଜ ଷ୍ଟେସନ ମଝିରେ ସୂର୍ୟକମଲ ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଥିଲା। ପୁଲିସ ଓ ଷ୍ଟେସନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ରେଳ ବିଭାଗ କର୍ମଚାରୀମାନେ ବଗିଗୁଡ଼ିକୁ ଯୋଡ଼ିବା ପରେ ପୁଣି ଗନ୍ତବ୍ୟସ୍ଥଳ ଅଭିମୁଖେ ଟ୍ରେନ୍‌ଟି ଯାତ୍ରା ଆରମ୍ଭ କରିଥିଲା। ଏଥିରେ କେହି ମୃତାହତ ହୋଇ ନ ଥିବା କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର