୩୨% ଆସନରେ ମହିଳା ଭୋଟ୍‌ହାର ଅଧିକ

ନୂଆଦିଲ୍ଲୀ : ୬ଟି ପର୍ଯ୍ୟାୟରେ ମୋଟ୍‌ ୪୮୬ ‌ଲୋକସଭା ଆସନରେ ‌ଭୋଟ୍‌ ଶେଷ ହୋଇଛି। ତେବେ ୫ଟି ପର୍ଯ୍ୟାୟର ୪୨୮ ଆସନ ମଧ୍ୟରୁ ୧୩୭ଟି ଆସନର ମତଦାନ ତଥ୍ୟରୁ ଜଣାପଡ଼ିଛି ଯେ ପ୍ରଥମ ୫ଟି ପର୍ଯ୍ୟାୟରେ ମହିଳା ଭୋଟରଙ୍କ ହାର ଅଧିକ ରହିଛି। ପାଖାପାଖି ୩୨ ପ୍ରତିଶତ ଆସନରେ ମହିଳା ଭୋଟ୍‌ ହାର ପୁରୁଷ ଭୋଟ୍‌ହାର ଠାରୁ ଅଧିକ ରହିଛି। ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ମହିଳା ଭୋଟ୍‌ ହାର ଅଧିକ ଥିବା ନିର୍ବାଚନ କମିସନ୍‌ ତଥ୍ୟରୁ ଜଣାପଡ଼ିଛି। ବିହାରରେ ୨୦ ଆସନରେ ଗତ ୪ ପର୍ଯ୍ୟାୟରେ ମହିଳା ଭୋଟ୍‌ ହାର ଅଧିକ ରହିଛି। ପ୍ରଥମ ପର୍ଯ୍ୟାୟରେ କେବଳ ଜାମୁଇ ନିର୍ବାଚନମଣ୍ଡଳୀରେ ମହିଳା ଭୋଟ୍‌ ହାର ଅଧିକ ଥିଲା। ବିହାରରେ ୪୦ ଲୋକସଭା ଆସନରୁ ୫ଟି ପର୍ଯ୍ୟାୟରେ ୨୪ ଆସନରେ ଭୋଟ୍‌ ଶେଷ ହୋଇଛି। ସେହିପରି ଝାଡ଼ଖଣ୍ଡର ୮ ଆସନ, ଓଡ଼ିଶାରେ ୫ ଏବଂ ପଶ୍ଚିମବଙ୍ଗରେ ୧୮ ଆନସରେ ମହିଳା ଭୋଟ୍‌ ପ୍ରତିଶତ ଅଧିକ ରହିଛି। କେରଳ ଏବଂ ତାମିଲନାଡ଼ୁରେ ମହିଳା ଭୋଟ୍‌ହାର ଅଧିକ ଥିବାବେଳେ ଗୁଜରାଟ ଏବଂ ମହାରାଷ୍ଟ୍ରରେ ପୁରୁଷ ଭୋଟ୍‌ ପ୍ରତିଶତ ଅଧିକ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର