ଓମିକ୍ରନ ଦ୍ବାରା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଡାକ୍ତର ପୁଣି କରୋନା ସଂକ୍ରମିତ

ବେଙ୍ଗାଲୁରୁ: ସୁସ୍ଥ ହୋଇ ପୁଣି କରୋନାର ଓମିକ୍ରନ ଦ୍ବାରା ଆକ୍ରାନ୍ତ ହେଲେ ଡାକ୍ତର। ବେଙ୍ଗାଲୁରୁରେ କରୋନାର ଓମିକ୍ରନ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଜଣେ ଡାକ୍ତର ପୁଣି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିିଛି । ଦେଶରେ ପ୍ରଥମ ଚିହ୍ନଟ ହୋଇଥିବା ୨ଜଣଙ୍କ ମଧ୍ୟରୁ ବେଙ୍ଗାଲୁରୁର ଏହି ଡାକ୍ତର ଥିଲେ ।
ବେଙ୍ଗାଲୁରୁ ନଗରପାଳିକାର ଅଧିକାରୀ ଜଣଙ୍କ କହିଛନ୍ତି କି, ଯେଉଁ ଡାକ୍ତର ଜଣଙ୍କ ଓମିକ୍ରନ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ ଏବେ ସେ ପୁଣିଥରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଡାକ୍ତର ଜଣଙ୍କ ନାମ ଗୋପନ ରଖି ଅଧିକାରୀଜଣଙ୍କ କହିଛନ୍ତି ଯେ, ଏବେ ସେ ଆଇସୋଲେସନରେ ଅଛନ୍ତି ଓ ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ ।

ଅନ୍ୟପକ୍ଷରେ, ଅନ୍ୟଜଣେ ଗୁଜୁରାଟି ବଂଶୋଦ୍ଭବ ଆଫ୍ରିକା ନାଗରିକ ସଂକ୍ରମିତ ହେବା ପରେ ତାଙ୍କୁ କ୍ୱାରେଣ୍ଟିନରେ ରଖାଯାଇଥିଲା । ହେଲେ ପରେ ସେ ପ୍ରଶାସନକୁ ନଜଣାଇ ପଳାଇ ଯାଇଥିଲେ । ଏବେ ଦକ୍ଷିଣ ଆଫ୍ରିକାର ସେହି ନାଗରିକଙ୍କ ଉପରେ ପୁଲିସ ମାମଲା ଦାୟର କରିଛି । ନାଗରିକଜଣଙ୍କ କ୍ୱାରେଣ୍ଟିନ ନିୟମ ଭାଙ୍ଗି ଦୁବାଇ ଫେରାର ହୋଇଯାଇଥିବା କୁହାଯାଉଛି । ଏହାସହ ତାଙ୍କୁ ଯେଉଁ ପଞ୍ଚତାରକା ହୋଟେଲରେ କ୍ୱାରେଣ୍ଟିନ କରାଯାଇଥିଲା, ସେହି ହୋଟେଲର ମ୍ୟାନେଜମେଣ୍ଟ ଓ ଷ୍ଟାଫଙ୍କ ଉପରେ ବି ମାମଲା ଦାୟର ହୋଇଛି ।

ସମ୍ବନ୍ଧିତ ଖବର