ହସ୍ପିଟାଲ୍‌ର ଭିଡିଓ ସୁଟ୍‌ କରୁଥିବାରୁ ୨ ଯୁବକଙ୍କୁ ମାଡ଼ିବସି ନିସ୍ତୁକ ପି‌ଟିଲେ ନର୍ସ, ଭିଡିଓ ଭାଇରାଲ୍‌

ପାଟ୍‌ନା: ଅନେକ ହସ୍ପିଟାଲ୍‌ର ଖରାପ ଅବସ୍ଥା ଆପଣ ଦେଖିଥିବେ। କେଉଁଠି ଆବଶ୍ୟକ ସଂଖ୍ୟକ ଡାକ୍ତର ନଥାନ୍ତି ତ କେଉଁଠି ରୋଗୀଙ୍କୁ ଉଚିତ ଚିକିତ୍ସା ମିଳି ନଥାଏ। କେଉଁଠି ଡାକ୍ତରଖାନାରେ ଖଟିଆ ନଥାଏ ତ କେଉଁଠି ଅପରିଷ୍କାର ଅପରିଚ୍ଛନ ପରିବେଶ ଚର୍ଚ୍ଚାର କାରଣ ହୋଇଥାଏ।

ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଖୁବ୍ ଜୋର୍‌‌ରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଜଣେ ନର୍ସ ୨ ଜଣ ଯୁବକଙ୍କୁ ଏକ ବାଡ଼ିରେ ବାଡ଼ାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଜାଣିବାକୁ ମିଳିଛି ଯେ ଛାପ୍ରା ସଦର ହସ୍ପିଟାଲ୍‌ର ଖରାପ ଅବସ୍ଥାକୁ ୨ ଜଣ ଯୁବକ ସେମାନଙ୍କ ମୋବାଇଲ୍‌ରେ ରେକର୍ଡ କରୁଥିବାରୁ ସେମାନଙ୍କୁ ଏକ କୋଠରୀରେ ବନ୍ଦ କରି ଦୁଇଜଣ ନର୍ସ ଜଣକ ଧୁମ୍‌ ପିଟିଛନ୍ତି।

 

ନର୍ସ ଜଣକ ସେ ଦୁହିଁଙ୍କୁ ପିଟୁଥିବା ବେଳେ ସେମାନେ ଛାଟିପିଟି ହୋଇ ଛାଡ଼ି ଦେବାକୁ ନେହୁରା ହେଉଛନ୍ତି। ମାତ୍ର ନର୍ସ ଜଣକ ତାଙ୍କୁ ତା’ ଉପରେ ଉପରେ ଏକ ବାଡ଼ିରେ ପିଟି ଚାଲୁଥିବାର ଦେଖିବାକୁ ମିଳିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ‌ଯେ ୨ ଯୁବକ ହସ୍ପିଟାଲ୍‌ର ଦୂରାବସ୍ଥା ରେକର୍ଡିଂ କରିବା ବେଳେ ନର୍ସ ଜଣକ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେମାନେ ନ ଅଟକିଥିବାରୁ ନର୍ସ ଜଣକ ସେମାନଙ୍କୁ ବାଡ଼େଇ ବାଡ଼େଇ ଭିଡିଓକୁ ଡିଲିଟ୍‌ କରିବାକୁ କହୁଥିବାର ଶୁଣିବାକୁ ମିଳିଛନ୍ତି।

ଏହି ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ବିହାର ସ୍ବାସ୍ଥ୍ୟ ବିଭାଗକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର