ଶିକ୍ଷୟିତ୍ରୀଙ୍କୁ ଚାପୁଡ଼ା ମାରି ଭାଇରାଲ୍‌ ହୋଇଥିବା ଛାତ୍ର ଗିରଫ

ନୂଆଦିଲ୍ଲୀ: ଗୁରୁ ଓ ଶିକ୍ଷ୍ୟର ସଂପର୍କକୁ ଇଶ୍ବରଙ୍କ ଭକ୍ତଙ୍କ ସହ ତୁଳନା କରାଯାଏ। ପୁରାଣା କାଳରେ ଗୁରୁଙ୍କୁ ପୂଜା କରୁଥିବା ବେଳେ ଆଜିକାଲିକା ପିଲା ତାଙ୍କ ଉପରେ ହାତ ଉଠାଇବାକୁ ବି ପଛାଉ ନାହାନ୍ତି। କାଲିଫଣ୍ଣିର୍ଆରେ ଜଣେ ହାଇସ୍କୁଲର ଛାତ୍ର ତାଙ୍କ ମହିଳା ଶ୍ରେଣୀ ଶିକ୍ଷକଙ୍କୁ ଚାପୁଡ଼ା ମାରିବା ପରି ଏକ ଅଭାବନୀୟ ଘଟଣା ଘଟିଛି। ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଛାତ୍ରଙ୍କୁ ଗିରଫ କରାଯାଇଛି। ଭାଇରାଲ୍‌ ହୋଇଥିବା ଏହି କ୍ଲିପ୍‌ରେ ନାବାଳକ ଛାତ୍ର ଜଣକ ତାଙ୍କ ଶିକ୍ଷକଙ୍କ ସହ ମୁହାଁମୁହିଁ ହୋଇ ତାଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି।

ଛାତ୍ର ଜଣକ ଏକାଧିକ ଥର ମାଡ଼ ମାରିବା ସତ୍ତ୍ବେ ଶିକ୍ଷିୟିତ୍ରୀ ଜଣକ ଏକଦମ ଶାନ୍ତ ଦେଖାଯାଉଥିଲେ, ସେ ଶାନ୍ତ ଭାବରେ ଛାତ୍ରଙ୍କ  ଶାରୀରିକ ନିର୍ଯାତନାର ଜବାବ ଦେଇଥିଲେ।
ଭାଇରାଲ୍ ଭିଡିଓରେ ଶିକ୍ଷକ ଅଭିଯୁକ୍ତ ଛାତ୍ରଙ୍କୁ କିଛି କହିଥିବାର ଶୁଣିବାକୁ ମିଳୁଛି। ନାବାଳକ ଜଣକ “ମୁଁ ତୁମକୁ ଆଉଥରେ ମାରିବାକୁ ଚାହୁଁଛି”  କହି ଶିକ୍ଷୟିତ୍ରୀଙ୍କୁ ଦ୍ୱିତୀୟ ଥର ଚାପୁଡ଼ା ମାରିବାର ନଜର ଆସିଛି।

କେବଳ ସେତିକି ନୁହେଁ, ଛାତ୍ର ଜଣକ ଅଶାଳୀନ ଭାଷା ପ୍ରୟୋଗ କରୁଥିବାର ବି ଦେଖିବାକୁ ମିଳିଛି। ଏହି ଘଟଣାର କ୍ୟାମେରାରେ ସୁଟିଂ କରୁଥିବା ଛାତ୍ରମାନେ  ଶ୍ରେଣୀଗୃହରେ ଶିକ୍ଷିୟିତ୍ରୀ ଆକ୍ରମଣକୁ ଦେଖି ହସୁଥିବାର ଭିଡିଓରେ ଶୁଣିବାକୁ ମିଳୁଛି।

ଏହି ଭିଡିଓ ଭାଇରାଲ ହେବା ପରେ ଛାତ୍ରଙ୍କ ବିରୋଧରେ ଜଣେ ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ, ଧମକ ଏବଂ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏବେ ଛାତ୍ର ଜଣକ ଗିରଫ ହୋଇ ସାରିଛନ୍ତି।

ସମ୍ବନ୍ଧିତ ଖବର