ଚୀନ୍‌ ଦ୍ବିପାକ୍ଷିକ କୂଟନୈତିକ ସମ୍ପର୍କକୁ ଅଣଦେଖା କରୁଛି: ଆମେରିକା

ବେଜିଂ: ଏକ ବିରଳ ଘଟଣାକ୍ରମରେ ଆଜି ଚୀନ୍‌ରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ଚୀନ୍‌ର ସି ଜିନ୍‌ପିଙ୍ଗ୍‌ ସରକାରକୁ ସମାଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା କୂଟନୈତିକ ବୁଝାମଣାକୁ ଚୀନ୍‌ ଅଣଦେଖା କରୁଥିବା ଓ କୌଣସି ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛନ୍ତି। ନଭେମ୍ବର ୨୦୨୩ରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଆମେରିକା ଗସ୍ତ କରିଥିଲେ। ଏହି ସମୟରେ, ଉଭୟ ଜିନ୍‌ପିଙ୍ଗ୍‌ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଦୁଇ ଦେଶର ସାଧାରଣ ନାଗରିକଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ଅଧିକ ସୁଦୃଢ଼ କରିବାକୁ ଚୁକ୍ତି କରିଥିଲେ। ଏହାସହ ଦୁଇଦେଶ ମଧ୍ୟରେ ଗଠନମୂଳକ କୂଟନୈତିକ ଆଲୋଚନାକୁ ଗୁରୁତ୍ବ ଦେଇ ତିକ୍ତତା ହ୍ରାସ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।

ଆଜି ‌ଚୀନ୍‌ରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ନିକୋଲାସ୍‌ ବର୍ନସ୍‌ କହିଛନ୍ତି ଯେ ଚୀନ୍‌, ଉଭୟ ଦେଶର କୂଟନୈତିକ ଚୁକ୍ତିକୁ ଅଣଦେଖା କରୁଛି। ଯେଉଁ ଚୀନ୍‌ ନାଗରିକମାନେ ଆମେରିକୀୟ ସଭାସମିତିରେ ଭାଗ ନେଉଛନ୍ତି ସେମାନଙ୍କୁ ଜେରା ଓ ଯାଞ୍ଚର ପରିସରଭୁକ୍ତ କରାଯାଉଛି। ଆମେରିକୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟର ସାମାଜିକ ଗଣମାଧ୍ୟମ ପୋଷ୍ଟଗୁଡ଼ିକୁ ମଧ୍ୟ ନିୟନ୍ତ୍ରିତ କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର