ଯିଏ ତାଇଓ୍ବାନର ସମର୍ଥନ କରିବ ତାର ମୁଣ୍ଡ ଫଟେଇ ଦେବୁ : ଚୀନ

ବେଜିଂ : ତାଇଓ୍ବାନ ପ୍ରସଙ୍ଗରେ ଚୀନ ଚେତାବନୀ ଶୁଣାଇଛି । ଚୀନ ଗୁରୁବାର କହିଛି ଯେ ଯିଏ ତାଇଓ୍ବାନର ସ୍ବାଧୀନତାକୁ ସମର୍ଥନ କରିବ ତାହାର ମୁଣ୍ଡ ଫଟେଇଦେବୁ ଓ ରକ୍ତପାତ ହେବ ।

ଚୀନ୍ କହିଛି ଯେ ତାଇୱାନର ସ୍ୱ-ଶାସିତ ଦ୍ୱୀପ ଚାରିପାଖରେ ଏହାର ସାମରିକ ଅଭ୍ୟାସ ଏକ ‘ଗମ୍ଭୀର ଚେତାବନୀ’ ପଠାଇବା ପାଇଁ ଉଦ୍ଦିଷ୍ଟ। ତାଇୱାନର ସେନା ଚୀନ ସମରାଭ୍ୟାସର ଏକ ଚିତ୍ର ସେୟାର କରିଛି ।

ନିକଟରେ ତାଇୱାନର ନୂତନ ରାଷ୍ଟ୍ରପତି ଲାଇ ଚିଙ୍ଗ ଶପଥ ଗ୍ରହଣ କରିଛନ୍ତି, ଯେଉଁଥିରେ ସେ ୩୦ ମିନିଟର ଭାଷଣରେ ଚୀନ୍‌କୁ କଡ଼ା ଚେତାବନୀ ଦେଇଥିଲେ। ଏହି ସମୟରେ ସେ କହିଥିଲେ ଯେ ତାଇୱାନକୁ ଧମକ ଦେବା ବନ୍ଦ କରିବା ଉଚିତ। ଏହି ସମୟ ମଧ୍ୟରେ ସେ ତାଇୱାନ ଅଂଚଳରେ ଶାନ୍ତି ବଜାୟ ରଖିବା ବିଷୟରେ କହିଥିଲେ ଏବଂ ତାଇୱାନରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଶପଥ ନେଇଥିଲେ, ଯାହା ପରେ ଚୀନ ବିରକ୍ତ ହୋଇଥିବା କୁହାଯାଉଛି ।

ତାଇଓ୍ବାନକୁ ଧମକାଇବାକୁ ଚୀନ ତାଇଓ୍ବାନ ଚାରିପଟେ ଏକ ବଡ଼ ଧରଣର ସମରାଭ୍ୟାସ ଆରମ୍ଭ କରିଛି । ଏଥିରେ ଚୀନର ଯୁଦ୍ଧ ଜାହାଜ ଓ ଯୁଦ୍ଧ ବିମାନଗୁଡ଼ିକ ଯୋଗ ଦେଇଛନ୍ତି ।

ସମ୍ବନ୍ଧିତ ଖବର