ସମ୍ବିଧାନ ପ୍ରତି କଂଗ୍ରେସର ସମ୍ମାନ ନାହିଁ: ମୋଦୀ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ୍‌ ୨୫ ତାରିଖରେ ଦେଶରେ ଜରୁରୀ ସ୍ଥିତି ଲାଗୁ କରିଥିଲେ। ଆଜି ଏହି ଦିନକୁ ୪୯ ବର୍ଷ ପୂରିଗଲା। ତେବେ ଜରୁରୀ ସ୍ଥିତି ଜାରି ହେବାର ୪୯ତମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି। ସମ୍ବିଧାନ ପ୍ରସଙ୍ଗରେ ବିଜେପି ଉପରେ ଆକ୍ରମଣ କରିଥିବା କଂଗ୍ରେସକୁ କଡ଼ା ଜବାବ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମ‌ାନେ ଦେଶରେ ଜରୁରୀ ସ୍ଥିତି ଜାରି କରିଥିଲେ ସେମାନଙ୍କର ସମ୍ବିଧାନ ପ୍ରତି ଭଲପାଇବା ଦେଖାଇବାର କିଛି ଅଧିକାର ନାହିଁ। ଜରୁରୀ ସ୍ଥିତି ସମୟର ଦିନଗୁଡ଼ିକୁ ମନେ ପକାଇ ମୋଦୀ କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରିଛନ୍ତି ଏବଂ କଂଗ୍ରେସର ଚରିତ୍ରରେ ସମ୍ବିଧାନ ପ୍ରତି ଅନାଦର ଭାବ ରହିଛି ବୋଲି କହିଛନ୍ତି।

ଜରୁରୀ ପରିସ୍ଥିତି ସମୟରେ କଂଗ୍ରେସ ଦେଶକୁ ଏକ ଜେଲ୍‌ରେ ପରିଣତ କରିଥିଲା ଏବଂ ତତ୍କାଳୀନ କଂଗ୍ରେସ ସରକାରକୁ ଯେଉଁମାନେ ବିରୋଧ କରୁଥିଲେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିଲା। ମୋଦୀ କହିଛନ୍ତି, ଆଜି ଦିନରେ ଯେଉଁମା‌ନେ ଇମର୍ଜେନ୍ସିକୁ ବିରୋଧ କରିଥିଲେ ସେଭଳି ମହାନ ବ୍ୟକ୍ତିଙ୍କୁ ସ୍ମରଣ କରିବା ଉଚିତ। ଏକଛତ୍ରବାଦ ପ୍ରସଙ୍ଗରେ କଂଗ୍ରେସକୁ ଜବାବ ଦେଇ ମୋଦୀ କହିଛନ୍ତି, ‘ଏମାନେ ହେଉଛନ୍ତି ‌ସେହି ବ୍ୟକ୍ତି ଯେଉଁମାନେ ଅନେକ ସମୟରେ ଧାରା ୩୫୬ (ରାଷ୍ଟ୍ରପତି ଶାସନ) ଲାଗୁ କରିଛନ୍ତି ଏବଂ ସମ୍ବିଧାନ ସହିତ ଖେଳିଛନ୍ତି।

ସମ୍ବନ୍ଧିତ ଖବର