ଏଲଭିଶ ଯାଦବଙ୍କ ବିରୋଧରେ ମାଡ଼ ମାରିଥିବା ଅଭିଯୋଗ ଆଣିଲେ ୟୁଟ୍ୟୁବର୍‌

ନୂଆଦିଲ୍ଲୀ: ବିଗ୍‌ ବସ୍‌ ଓଟିଟି-୨ର ବିଜେତା ଏଲଭିଶ ଯାଦବଙ୍କ ବିରୋଧରେ ଏକ ଅଭିଯୋଗ ଆଣିଛନ୍ତି ୟୁଟ୍ୟୁବ ସାଗର ଠାକୁର। ଏଲଭିଶ ଯାଦବ ତାଙ୍କୁ ଶାରୀରିକ ନିର୍ଯାତନା ଦେଇ ଅକ୍ଷମ କରିବାକୁ ଚେଷ୍ଟା କରିଥିଲେ ବୋଲି ସେ ତାଙ୍କ ଅଭିଯୋଗରେ କହିଛନ୍ତି।

ଏଲଭିସ୍ ୟୁଟ୍ୟୁବର୍‌ଙ୍କୁ ମାଡ ମାରିବା ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଏହାପରେ ତୁରନ୍ତ ତାଙ୍କୁ ଗିରଫ କରିବାକୁ ଦାବି ହେଉଛି। ମ୍ୟାକ୍ସଟର୍ନ ନାମରେ ପରିଚିତ ଏହି ୟୁଟ୍ୟୁବରଙ୍କ ନାଁ ହେଉଛି ସାଗର ଠାକୁର।

ତାଙ୍କ କହିବା ମୁତାବକ, ଏଲଭିସ୍ ପ୍ରଥମେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏଲଭିସଙ୍କ ଧମକ ପରେ ସେ ହରିଆଣା ପୁଲିସ୍‌ରେ ଏକ ଅଭିଯୋଗ ବି କରିଥିଲେ।

ପୀଡିତ ୟୁଟ୍ୟୁବର ଏଲଭିସ୍ ଯାଦବଙ୍କୁ ଭେଟିବାକୁ ସବୁ ପ୍ରସ୍ତୁତି କରିଥିଲେ। ହେଲେ ଆସିବା ମାତ୍ରକେ ଏଲଭିସ୍ ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ। ତାଙ୍କ ସହିତ ୮-୧୦ ଜଣ ଲୋକ ଆସିଥିଲେ । ଯିଏକି ତାଙ୍କ ମୁହଁକୁ ମାରିିବା ଆରମ୍ଭ କରିଦେଇଥିଲେ।

ସମ୍ବନ୍ଧିତ ଖବର