ପାଗଳର କଟୁରି ଚୋଟରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଯାଜପୁର: ଯାଜପୁର ସଦର ଥାନା ଜମଧର ଗାଁରେ ଅଭାବନୀୟ ଘଟଣା। ପାଗଳର କଟୁରି ଚୋଟରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କାଳନ୍ଦୀ ମଲିକ। ପାଗଳ ସୁରେନ୍ଦ୍ର ବେହେରାକୁ ଅଟକ ରଖିଛି ସଦର ପୁଲିସ। ଗତକାଲି ଠାରୁ ସେ କଟୁରି ଧରି ବୁଲିଥିବା ବେଳେ ଆଜି ସକାଳୁ କାଳନ୍ଦୀ ତାଙ୍କ ଘର ସମ୍ମୁଖରେ ଯାଉଥିବା ବେଳେ ସେ କଟୁରିରେ କାଳନ୍ଦୀଙ୍କ ବେକକୁ ଚୋଟ ପକାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।

ସମ୍ବନ୍ଧିତ ଖବର