ହୃଦୟ ବିଦାରକ: ବାଇଡେନ

ନୂଆଦିଲ୍ଲୀ: ଓଡ଼ିଶାର ବାହାନଗାଠାରେ ହୋଇଥିବା ରେଳ ଦୁର୍ଘଟଣାରେ ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚିନ୍ତା ପ୍ରକଟ କରିଛନ୍ତି। ଏହି ଦୁର୍ଘଟଣାକୁ ହୃଦୟ ବିବାରକ ବୋଲି ସେ କହିଛନ୍ତି। ଭାରତର ଏହି ଦୁର୍ଘଟଣାରେ ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନ ଓ ମୁଁ ବ୍ୟଥିତ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟ ଏବଂ ଆହତଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ ବୋଲି ବାଇଡେନ କହିଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ଗଭୀର ସଂପର୍କ ରହିଛି। ଦୁର୍ଘଟଣା ପରେ ଭାରତର ଲୋକଙ୍କ ଭଳି ଆମେରିକାର ଲୋକମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆମେ ଭାରତର ଲୋକଙ୍କ ସହିତ ରହିଛୁ ବୋଲି ବାଇଡେନ ବିବୃତି ଦେଇଛନ୍ତି। ବିଶ୍ବର ନେତୃବୃନ୍ଦ ଭାରତର ଏହି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ ନେଇ ଶୋକ ଓ ସମବେଦନା ପ୍ରକାଶ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ଏପ୍ରକାର ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି। ସେମାନଙ୍କ ଆଶ୍ବାସନା ଶୋକସନ୍ତପ୍ତ ପରିବାରବର୍ଗକୁ ଶକ୍ତି ଦେବ ବୋଲି ମୋଦୀ ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର