ଇସ୍ରାଏଲର ଆଣବିକ ପ୍ଲାଣ୍ଟକୁ ଧ୍ବଂସ କରିଦେବୁ : ଇରାନର ଖୋଲା ଧମକ

ତେହେରାନ: ଇସ୍ରାଏଲ ପକ୍ଷରୁ ଇରାନ ଉପରେ ଆକ୍ରମଣ ହେବାର ଆଶଙ୍କା ଥିବା ବେଳେ ଇରାନ ଖୋଲାଖୋଲି ଧମକ ଦେଇଛି। ଇରାନର ପରମାଣୁ ସୁରକ୍ଷା ଓ ସୁରକ୍ଷା ବାହିନୀର ମୁଖ୍ୟ ଜେନେରାଲ ଅହମ୍ମଦ ହକତଲାବ ଇସ୍ରାଏଲକୁ ଏହି ଧମକ ଦେଇଛନ୍ତି। ଯଦି ଇସ୍ରାଏଲ ଭୁଲବଶତଃ ଇରାନର ପରମାଣୁ ସ୍ଥଳକୁ ଟାର୍ଗେଟ କରେ ତେବେ ଇରାନ ଇସ୍ରାଏଲର ପରମାଣୁ ସ୍ଥଳକୁ ଧ୍ୱଂସ କରିଦିଆଯିବ ।

ଏଥିରେ କୁହାଯାଇଛି ଯେ ଇରାନ ତା’ର ପରମାଣୁ ନୀତିରେ ପରିବର୍ତ୍ତନ କରିବ। ଯଦି ଇସ୍ରାଏଲ ଇରାନର ପରମାଣୁ ସ୍ଥଳକୁ ଟାର୍ଗେଟ କରିବାକୁ ଚେଷ୍ଟା କରେ ତେବେ ଆମେ ଇସ୍ରାଏଲର ପରମାଣୁ କାରଖାନାକୁ ଧ୍ୱଂସ କରିଦେବୁ ବୋଲି ହୁକତଲାବ ସ୍ପଷ୍ଟ ଭାବେ ଘୋଷଣା କରିଛନ୍ତି ।

ସିରିଆର ଦାମାସ୍କସରେ ଇସ୍ରାଏଲର ଆକ୍ରମଣ ପରେ ଆରମ୍ଭ ହୋଇଥିବା ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଥମିବାର ନାଁ ନେଉନାହିଁ। ନିକଟରେ ଇରାନ ୩୦୦ରୁ ଅଧିକ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଜରିଆରେ ଇସ୍ରାଏଲ ଉପରେ ଆକ୍ରମଣ କରି ମଧ୍ୟପ୍ରାଚ୍ୟକୁ ଉତ୍ତେଜିତ କରିଥିଲା। ଇସ୍ରାଏଲ ମଧ୍ୟ ଖୁବଶୀଘ୍ର ଏହାର ପ୍ରତିଶୋଧ ନେଇପାରେ ବୋଲି ବିଶ୍ୱାସ କରାଯାଉଛି । ସେପଟେ ଇରାନର ଖୋଲା ଧମକ ଇସ୍ରାଏଲକୁ ଆହୁରି ଉତ୍ତେଜିତ କରିପାରେ ।

 

 

ସମ୍ବନ୍ଧିତ ଖବର