ରାମେଶ୍ବରମ୍‌ କାଫେ ବିସ୍ଫୋରଣ: ଗିରଫ ହେଲା ପଞ୍ଚମ ଅଭିଯୁକ୍ତ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ରାମେଶ୍ବରମ୍‌ କାଫେରେ ହୋଇଥିବା ବିସ୍ଫୋରଣର ପଞ୍ଚମ ଅଭିଯୁକ୍ତ ଗିରଫ। ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଶୁକ୍ରବାର ଚାରିଟି ରାଜ୍ୟରେ ଛାନଭିନ୍ କରିବା ପରେ ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାର ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଜଣକ ଲସ୍କର-ଏ-ତଇବା (ଲେଇଟି)ର ଆତଙ୍କବାଦୀ ବୋଲି ଜଣାପଡିଛି। ଅଭିଯୁକ୍ତର ନାମ ଶୋଏବ ଅହମଦ ମିର୍ଜା ଓରଫ ଛୋଟୁ (୩୫ବର୍ଷ), ଯିଏ କର୍ଣ୍ଣାଟକର ହୁବଳି ସହରର ବାସିନ୍ଦା।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚରେ ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ବିସ୍ଫୋରଣ ହୋଇଥିଲା। ପ୍ରଥମେ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିବା କଥା କୁହାଯାଉଥିବା ବେଳେ ପରେ କେହି ଜଣେ ବୋମା ରଖିଥିବା ସାମ୍ନାକୁ ଆସିଥିଲା। ଯାଞ୍ଚ ହେବାରୁ ବୋମା ରଖିଥିବା ଯୁବକ ସିସିଟିଭିରେ କଏଦ ହେବା ସହ କାନ୍ଧରେ ଏକ ବ୍ୟାଗ ପକାଇ ଯୁବକଜଣକ ରାମେଶ୍ବରମ କାଫେକୁ ଆସିଥିବା ଜଣାପଡ଼ିଥିଲା।ଏହି ଘଟଣାରେ ୧୦ଜଣ ଆହତ ହୋଇଥିଲେ। ତେବେ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରିବା ସହ ଏନଆଇଏ ଏପର୍ଯ୍ୟନ୍ତ ୫ଜଣଙ୍କୁ ଗିରଫ କରିସାରିଲାଣି।

ସମ୍ବନ୍ଧିତ ଖବର