ଆଇପିଏଲ୍‌-୨୦୨୪ କ୍ବାଲିଫାୟର-୨: ରାଜସ୍ଥାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ୍‌

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୭ତମ ସଂସ୍କରଣର କ୍ବାଲିଫାୟର-୨ ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଟସ୍‌ ଜିଣି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବ୍ୟାଟିଂ କରିଥିଲା। ପେଟ୍‌ କମିନ୍ସଙ୍କ ନେତୃତ୍ବରେ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୭୫ ରନ୍‌ ସଂଗ୍ରହ କରିଛି। ଫଳରେ ରାଜସ୍ଥାନକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ହାଇଦ୍ରାବାଦ୍‌ ପାଇଁ ହେନ୍‌ରିକ୍‌ କ୍ଲାସେନ୍‌ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୩୪ଟି ବଲ୍‌ ଖେଳି ୪ଟି ଛକା ବଳରେ ଅର୍ଦ୍ଧଶତକ (୫୦ରନ୍‌) ହାସଲ କରିଥିଲେ। ଯୁବ ବ୍ୟାଟର ରାହୁଲ ତ୍ରିପାଠୀଙ୍କ ବ୍ୟାଟରୁ ୩୭ ରନ୍‌ ଅମଳ ହୋଇଥିଲା। ସେହିପରି ବିସ୍ଫୋରକ ବ୍ୟାଟର ଟ୍ରାଭିସ ହେଡ୍‌ ୨୮ଟି ବଲ୍‌ ଖେଳି ୩୪ ରନ୍‌ ସଂଗ୍ରହ କରିଥିଲେ। ହାଇଦ୍ରବାଦ୍‌ ପାଇଁ ଟ୍ରେଣ୍ଟ ବୋଲ୍ଟ ଓ ଆବେସ୍‌ ଖାନ ସର୍ବାଧିକ ୩-୩ ୱିକେଟ୍‌ ନେଇଥିଲେ। ସନ୍ଦୀପ ଶର୍ମାଙ୍କୁ ୨ଟି ୱିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର