ଓପନ ବାଲଟ ଭୋଟିଂ କଣ ଜାଣିଛନ୍ତି କି ? ମହାରାଷ୍ଟ୍ରରେ ଆସନ୍ତାକାଲି ହେବ ଏହି ପ୍ରକ୍ରିୟାରେ ଭୋଟ

ନୂଆଦିଲ୍ଲୀ: କୌଣସି ରହସ୍ୟ ଓ ରୋମାଞ୍ଚରେ ଭରପୁର ଡ୍ରାମ୍ବା କିମ୍ବା କାହାଣୀଠାରୁ ଭିନ୍ନ ନୁହେଁ ମହାରାଷ୍ଟ୍ର ରାଜନୀତି । କାରଣ ଏଠି ଘଡିକେ ବଦଳି ଯାଉଛି ଦୃଶ୍ୟ । ଆଜି ସୁପ୍ରିମକୋର୍ଟ ଦେଇଥିବା ରାୟରେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ଯେ ବିଧାୟକମାନଙ୍କ ଶପଥ ଗ୍ରହଣ ପରେ ବିଧାନସଭାରେ ବିଧାୟକମାନଙ୍କର କେବଳ ଓପନ୍‌ ବାଲଟରେ ହିଁ ଆସ୍ଥା ଭୋଟ କରାଯିବ | ତେବେ ଓପନ ବାଲଟ ଭୋଟ ପ୍ରକ୍ରିୟା ବାବଦରେ ଜାଣିଛନ୍ତି କି ? ଜାଣନ୍ତୁ କିଭଳି ହୁଏ ଏହି ଓପନ ବାଲଟ ଭୋଟିଂ |

ଓପନ ବାଲଟ ପ୍ରକ୍ରିୟାରେ ବିଧାୟକ ଜଣକ କାହାକୁ ଭୋଟ ଦେଇଛନ୍ତି ତାହା ସମସ୍ତେ ଜଣାପଡିବ | ସାଧାରଣତଃ ଆସ୍ଥା ଭୋଟ ସମୟରେ ସିକ୍ରେଟ ବାଲଟରେ ଭୋଟିଂ ହୋଇଥାଏ | ଯେଉଁଥିରେ ବିଧାୟକ ଜଣକ କାହାକୁ ଭୋଟ ଦେଉଛନ୍ତି ତାହା ସର୍ବସାଧାରଣ ଜାଣିପାରିନଥାନ୍ତି | କେବଳ ଫଳାଫଳ ପରେ ହିଁ କିଏ ଆସ୍ଥା ଭୋଟରେ ଜିତିଲେ ଓ ହାରିଲେ ଜଣାପଡ଼ିଥାଏ | କିନ୍ତୁ ଓପନ ବାଲଟ ଭୋଟରେ ଜଣାପଡ଼ିଯିବ ସମ୍ପୃକ୍ତ ବିଧାୟକ କାହାକୁ ଭୋଟ ଦେଇଛନ୍ତି |

ଅର୍ଥାତ ଯଦି ଶିବସେନାର ଜଣେ ବିଧାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଦେବେନ୍ଦ୍ର ଫଡନାଭିସଙ୍କୁ ଭୋଟ ଦିଅନ୍ତି, ତେବେ ଜଣାପଡ଼ିଯିବ ଯେ ଦଳ ବିରୋଧରେ ଯାଇ ସେ ଭୋଟ ଦେଇଛନ୍ତି | କାରଣ ସିଧାପ୍ରସାରଣ ହେବାବେଳେ ଭୋଟିଂ ପ୍ରକ୍ରିୟାର ସମସ୍ତ ଘଟଣା ସର୍ବସାଧାରଣ ଜାଣିପାରିବେ | ୧୮୫୬ ମସିହାରେ ଅଷ୍ଟ୍ରେଲିଆରେ ଏହି ଓପନ ବାଲଟ ଭୋଟିଂ ଆରମ୍ଭ ହୋଇଥିବାବେଳେ ୧୯୯୩ ମସିହାରେ ନାଇଜେରିଆର ରାଷ୍ଟ୍ରପତି ନିର୍ବାଚନ ସମୟରେ ବିଧିବଦ୍ଧ ଭାବେ ଏହି ଓପନ ବାଲଟ ଭୋଟିଂ ପ୍ରକ୍ରିୟା ଦେଖିବାକୁ ମିଳିଥିଲା |

ସମ୍ବନ୍ଧିତ ଖବର